କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର ନେଟୱର୍ଥ ଖୁବ ଅଧିକ । ଧନୁଷ ନିଜ ପ୍ରତିଭା ବଳରେ କୋଟି କୋଟି ଟଙ୍କା ମାଲିକ ହୋଇଛନ୍ତି । ୨୦୨୦ରେ ଧନୁଷ ୧୪୫ କୋଟି ଟଙ୍କା ରୋଜଗାର କରିଥିଲେ। ଏକ ରିପୋର୍ଟରେ ଅନୁଯାୟୀ, ୨୦୨୧ରେ ଧନୁଷଙ୍କ ରୋଜଗାର ୧୪୨ କୋଟି ଟଙ୍କା ରହିଥିଲା । ତାଙ୍କର ନେଟୱର୍ଥ ୧୬୦ କୋଟି ଟଙ୍କା । ଗତ ପାଞ୍ଚ ବର୍ଷରେ ତାଙ୍କର ନେଟୱର୍ଥ ୧ରୁ ୨ମିଲିୟନ ରହିଛି । ଧନୁଷଙ୍କ ଲୋକପ୍ରିୟତା ବଢ଼ିବା ସହିତ ସେ ଗୋଟିଏ ଫିଲ୍ମ ସାଇନ କରିବାକୁ କୋଟି କୋଟି ଟଙ୍କାର ଚାର୍ଜ ମଧ୍ୟ କରନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୭ରୁ ୮ କୋଟି ଟଙ୍କା ଚାର୍ଜ କରୁଥିବା ବେଳେ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି । ତାଙ୍କର ଚେନ୍ନାଇରେ ଏକ ଆଲିଶାନ ଘର ରହିଛି । ଏହାର ଦାମ ୨୦ରୁ ୨୫ କୋଟି ହୋଇଥିବା ଜଣାପଡ଼ିଛି । ଧନୁଷ ନିଜ ପୁଅ ଓ ସ୍ତ୍ରୀଙ୍କ ସହିତ ସେହିି ବଙ୍ଗଳାରେ ରୁହନ୍ତି । ଏହା ବ୍ୟତୀତ ଧନୁଷ ଜଣେ ଡାକ୍ତର ମଧ୍ୟ ଅଟନ୍ତି। ଧନୁଷଙ୍କ ବ୍ୟତୀତ ସ୍ତ୍ରୀ ଐଶ୍ୱର୍ଯ୍ୟା ମଧ୍ୟ ଜଣେ ଗାୟିକା ଅଟନ୍ତି । ସେ ନିଜ ପେସାରୁ ୩୫ କୋଟି ଟଙ୍କା ଆୟ କରନ୍ତି । ଦୁହେଁ ମିଶି ବର୍ଷରେ ୧୪୫ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଧନୁଷ ଅଭିନୟ ସମେତ ନିର୍ଦ୍ଦେଶନା, ପ୍ଲେବ୍ୟାକ ସିଙ୍ଗର୍‌ ଓ ପ୍ରଡ୍ୟୁସର୍‌ ଭାବରେ ମଧ୍ୟ କାମ କରନ୍ତି ।

Share