କୋଟିପତିି ଆୟୁର୍ବେଦ କଲେଜ ଅଧ୍ୟକ୍ଷ ଗିରଫ: ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୦।୧୧ (ସତ୍ୟଜିତ୍‌ ରାଉତ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ସୁଦର୍ଶନଙ୍କ ବିପୁଳ ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଏହା ତାଙ୍କ ପ୍ରକୃତ ଆୟଠାରୁ ୧୧୩ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ପତ୍ତି ସଂକ୍ରାନ୍ତରେ ସୁଦର୍ଶନ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଶୁକ୍ରବାର ତାଙ୍କ ନାମରେ ଏକ ମାମଲା (ନଂ.୩୨/୨୦୨୩) ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ସୁଦର୍ଶନଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share