ମହାକାଶ ଯାତ୍ରା କରିବାରେ ବ୍ରାନ୍‌ସନ୍‌ ପ୍ରଥମ ବିଲିୟନେୟାର

ଓ୍ବାଶିଂଟନ୍‌, ୧୧ା୭: ଭର୍ଜିନ ଗାଲାକ୍ଟିକ ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ(୭୦) ରବିବାର ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଦୁଇ ପାଇଲଟ୍‌ ଡେଭ୍‌ ମାକେ, ମାଇକେଲ ମାସୁକି ଏବଂ ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସିରିଶା ବନ୍ଦାଲା, ବେଥ୍‌ ମେସୋସ୍‌ ଓ ଅପରେଶନ ଇଞ୍ଜିନିୟର କୋଲିନ୍‌ ବେନେଟ୍‌ ମିଶନ ୟୁନିଟ୍‌ ୨୨ରେ ଯାତ୍ରା କରିଛନ୍ତି। ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୮ଟାରେ ନ୍ୟୁୟର୍କସ୍ଥିତ ଆମେରିକା ସ୍ପେସ୍‌ପୋର୍ଟରୁ ଭର୍ଜିନ୍‌ ଗାଲାକ୍ଟିକ୍‌ର ସ୍ପେସ୍‌କ୍ରାଫ୍ଟ ମହାକାଶ ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରା ସମୟର ସମସ୍ତ ପ୍ରକ୍ରିୟା ଭର୍ଜିନ ଗାଲାକ୍ଟିକ ଟୁଇଟରରେ ଲାଇଭ୍‌ ଷ୍ଟ୍ରିମ୍‌ ହୋଇଥିଲା। ମହାକାଶକୁ ଯାତ୍ରା କରିବାରେ ସିରିଶା ହେଉଛନ୍ତି ତୃତୀୟ ଭାରତୀୟ ବଂଶୋଦ୍ଭବ। ଏହା ପୂର୍ବରୁ କଳ୍ପନା ଚାଓ୍ବଲା ଓ ସୁନିତା ଓ୍ବିଲିୟମସ୍‌ ମହାକାଶକୁ ଯାଇଥିଲେ।

Share