ଜେଲ ଗଲେ କୋଟିପତି ଏସ୍‌ଡିଓ

କେନ୍ଦୁଝର,୨୨।୯(ଡି.ଏନ.ଏ./ସ୍ବ.ପ୍ର.): ଶେଷରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କୋଟିପତି ଏସ୍‌ଡିଓ ମହେଶ୍ୱର ସେଠୀ। ମଙ୍ଗଳବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ସ୍ପଞ୍ଜ କଲୋନୀ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରି ୨.୫୭ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା। ତାଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍‌ ପଚରାଉଚୁରା କରିଥିଲା। ବୁଧବାର ଭିଜିଲାନ୍ସ ଏକ ମାମଲା (ନଂ.୧୭/୨୦୨୧) ରୁଜୁ କରି ମହେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Share