Categories: ଜାତୀୟ

ପାକିସ୍ତାନରୁ ଭାରତକୁ ଆସୁଛି କୋଟି କୋଟି ଟଙ୍କାର ଡ୍ରଗ୍ସ୍‌

ନୂଆଦିଲ୍ଲୀ, ୩୦।୯: ଭାରତକୁ ପାକିସ୍ତାନ ସୀମା ଦେଇ କୋଟି କୋଟି ଟଙ୍କାର ଡ୍ରଗ୍ସ୍‌ ଆସୁଛି। ଏନେଇ ଏକ ସର୍ଭେ ରିପୋର୍ଟରେ ଉଲ୍ଲଖ କରାଯାଇଛି। ଗତ ୧୦ ବର୍ଷ ଧରି ଏଭଳି ଚେରା କାରବାର ଜାରି ରହିଥିବା ଇୟୁ-ରିପୋର୍ଟର ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ର ନିର୍ଦ୍ଦେଶକ ପ୍ରଫେସର ଧୀରଜ ଶର୍ମାଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏସମ୍ପର୍କିତ ଖବର ଆମେରିକାର ପ୍ରିଭେଣ୍ଟିଭ୍‌ ମେଡ଼ିସିନ୍‌ ପତ୍ରିକାରେ ପ୍ରକାଶ ପାଇଛି। ପାକିସ୍ତାନରୁ ଭାରତକୁ ବାର୍ଷିକ ୭୪୦ ବିଲିୟନ୍‌ ଡଲାର ମୂଲ୍ୟାର ଡ୍ରଗ୍ସ୍‌ ଚୋରା ଚାଲାଣ ହେଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ପ୍ରସ୍ତୁତି ପାଇଁ ପଞ୍ଜାବ, ଗୁଜରାଟ ଏବଂ ଦିଲ୍ଲୀରୁ ୮୭୨ ତଥ୍ୟ ସଂଗ୍ରହ କରାଯାଇଛି। ଏସବୁ ଘଟଣାରେ ୮୭୨ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନେପାଳରୁ ମଧ୍ୟ କିଛି ପରିମାଣର ଡ୍ରଗ୍ସ୍‌ ଭାରତକୁ ଚୋରା ଚାଲାଣ କରାଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share