୧୪ ବର୍ଷ ହେଲା ଏଚଆଇଭି ସଂକ୍ରମିତ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ ଅଭିନେତା ବିଲି ପୋର୍ଟର ୨୦୦୭ରୁ ମସିହାରୁ ଏଚ.ଆଇ.ଭି ସଂକ୍ରମିତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୧୪ ବର୍ଷ ଧରି ଏଚ.ଆଇ.ଭି. ସଂକ୍ରମିତ ହୋଇ ଜୀବନ ବିତାଉଛନ୍ତି। ମୁଁ ଅନୁଭବ କରୁଛି ଯେ ଏହି ସତ୍ୟ କହିବା ପରେ ମୋତେ ଆଉ ଲଜ୍ଜାର ସହ ବଞ୍ଚିବାକୁ ପଡ଼ିବ ନାହିଁ। ବିନା ଚାପରେ ଏଥର ମୁଁ ବଞ୍ଚିବି ବୋଲି ସେ କହିଛନ୍ତି। ପୂର୍ବରୁ ନିଜକୁ ଏଚଆଇଭି ସଂକ୍ରମିତ କହିବାକୁ ଭୟ ଲାଗୁଥିଲା। କାରଣ ଏହା ଜାଣିବା ପରେ ଲୋକ ମୋ ଭେଦଭାବ କରିବେ। ମୋ କ୍ୟାରିୟର ନଷ୍ଟ ହୋଇଯିବ। ଏବେ କିନ୍ତୁ ମା’ଙ୍କ ସହଯୋଗ ପାଇବା ପରେ ଏବେ ଖୋଲାଖୋଲି ପ୍ରକାଶ କରିବାକୁ ଦ୍ୱିଧା ନାହିଁ ବୋଲି ସେ କହିଛନ୍ତି। ବିଲି ପୋଟର୍ର୍‌ ହେଉଛନ୍ତି ପ୍ରଥମ ସମଲିଙ୍ଗୀ ଅଶ୍ୱେତ ବ୍ୟକ୍ତି ଯିଏ କି ପ୍ରାଇମଟାଇମ ଏମିଜ୍‌ ପାଇଁ ମନୋନୀତ ହୋଇ ଜିତିଥିଲେ। ଟିଭି ଧାରାବାହିକ ‘ପୋଜ’ରେ ଜଣେ ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରି ତାଙ୍କୁ ଏମି ପୁରସ୍କାର ମିଳିଥିଲା।

Share