ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜ୍ୟ ସରକାର ବିମଳେନ୍ଦୁ ରାୟଙ୍କୁ ସୋନପୁର ଜିଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ସୋନପୁର ଜିଲାପାଳ ଆବୋଲି ସୁନୀଲ ନରଓ୍ବଣେଙ୍କୁ ଝାରସୁଗୁଡ଼ାକୁ ବଦଳି କରାଯାଇଥିଲା। ଉପନିର୍ବାଚନ ପୂର୍ବରୁ ନରଓ୍ବଣେ ଝାରସୁଗୁଡ଼ା ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ସେବେଠାରୁ ସୋନପୁରରେ ଜିଲାପାଳ ପଦବୀ ଖାଲିପଡ଼ିଥିଲା। ବରିଷ୍ଠ ଓଏଏସ୍ ଅଧିକାରୀ ତଥା ସୋନପୁର ଜିଲାର ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ସେହିଦିନଠାରୁ ଜିଲାପାଳ ଦାୟିତ୍ୱରେ ଥିଲେ।