୧୩ରୁ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍‌କ୍ଲେଭ ଚଳିତ ବର୍ଷ ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ। ଏ ନେଇ ଆଇଏନ୍‌ଡବ୍ଲ୍ୟୁଇସି ବିଆଇଏମ୍‌ଏସ୍‌ଟିଇସି ନେତୃତ୍ୱ ଫୋରମ୍‌ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ କରାଯାଇଥିଲା। ବିଶେଷକରି ଆଇସିସି, ଏଲ୍‌ଏସ୍‌ଜି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଉଦ୍ୟୋଗୀମାନଙ୍କ ପାଇଁ ଏଭଳି ଏକ କନ୍‌କ୍ଲେଭ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏପରିକି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୧୨ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଏହାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏନ୍‌ଡବ୍ଲ୍ୟୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବେ ସୁକୀର୍ତ୍ତି ପଟ୍ଟନାୟକ ନିକଟରେ ନୟନ ତାରା ପାଲ ଚୌଧୁରୀଙ୍କଠୁ ଉକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଆଇଏନ୍‌ଡବ୍ଲ୍ୟୁଇସି ବିଆଇଏମ୍‌ଏସ୍‌ଟିଇସି ନେତୃତ୍ୱ ଫୋରମ୍‌ ଆୟୋଜନ କରୁଛି। ନୂତନ ଦାୟିତ୍ୱ ଗ୍ରହଣ ପରେ ସୁକୀର୍ତ୍ତି ଅନେକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି, ଯାହା ଜାତୀୟସ୍ତରରେ ଉଦ୍ୟୋଗିତା ଦୃଶ୍ୟପଟର ବିକାଶ ତଥା ଆମ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଉପକୃତ କରିବ।
ସୂଚନାଯୋଗ୍ୟ, ଓଡ଼ିଶା ପ୍ରତିନିଧି ଦଳରେ ସୁକୀର୍ତ୍ତି ପଟ୍ଟନାୟକ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ମିନୁ ପଟ୍ଟନାୟକ, ସ୍ବାତି କେଜ୍‌ରିୱାଲ, ସୋଫିଆ ଫିରର୍ଦୋସ୍‌, ସୋନୀ ସାମଲ, ଜୁବିନା ଅଲ୍ଲୀ, ଅନୁରାଧା ମହାନ୍ତି, ଶ୍ୱେତା ଶର୍ମା ଏବଂ ଡା. ସ୍ଥିତିପ୍ରଜ୍ଞା ରହିଛନ୍ତି। ଉକ୍ତ ସମ୍ମିଳନୀରେ ଶିକ୍ଷା, ପର୍ଯ୍ୟଟନ ବାଣିଜ୍ୟ, ରତ୍ନ ଏବଂ ଅଳଙ୍କାର, ସ୍ବାସ୍ଥ୍ୟସେବା ସଂଯୋଗୀକରଣ, କୃଷି, ଆର୍ଥତ୍କ ସେବା, ହସ୍ତତନ୍ତ୍ର, ଷ୍ଟାର୍ଟଅପ୍‌, ଜଳବାୟୁ ପରିବର୍ତ୍ତନ, ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଇତ୍ୟାଦି ବିଷୟ ଉପରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri