ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଡେନ୍ ଟିକ୍ଟକ୍ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ-ହମାସ୍ ଯୁଦ୍ଧବେଳେ ‘ଅକୁପେଶନ୍ ଅଫ୍ ଆଓ୍ବାର ପାଲେଷ୍ଟାଇନ୍’ ଲେଖାଥିବା ଏହି ପତ୍ର ସାମ୍ନାକୁ ଆସିଛି। ଉକ୍ତ ଚିଠି ବିଶ୍ୱର ସବୁଠୁ କୁଖ୍ୟାତ୍ ମୃତ ଆତଙ୍କବାଦୀ ଲାଡେନ୍ଙ୍କ ସ୍ବରକୁ ପ୍ରତିଧ୍ୱନିତ କରିଛି। ‘ଲେଟର ଟୁ ଦି ଆମେରିକାନ୍ ପିପୁଲ’କୁ ନେଇ ଟିକ୍-ଟକର୍ମାନେ ବିସ୍ମିତ ହୋଇଛନ୍ତି। ଅନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମଗୁଡ଼ିକରେ ମଧ୍ୟ ଏହା ବହୁଳ ପ୍ରସାରିତ ହୋଇଛି। ୨୦୦୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଆକ୍ରମଣ ପରେ ଲାଡେନ୍ ଲେଖିଥିବା ଏହି ଚିଠିରେ ୯/୧୧ ଆଟାକ୍କୁ ଯଥାର୍ଥ ଦର୍ଶାଇବାକୁ ଉଦ୍ୟମ କରିଥିଲେ। ଏଥିସହ ପାଲେଷ୍ଟାଇନ୍ରେ ଇସ୍ରାଏଲର ଦମନଲୀଳାକୁ ସେ ନିନ୍ଦା କରିଥିଲେ।