ଭୁବନେଶ୍ୱର,୫।୧୦(ବ୍ୟୁରୋ): ବୁଧବାର ପବିତ୍ର ମହାଳୟା। ପିତୃ ପୁରୁଷଙ୍କ ଶ୍ରାଦ୍ଧ ତର୍ପଣ ପାଇଁ ବିନ୍ଦୁସାଗରରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି ବିଏମ୍ସି। ଭିଡ଼ ବଢିଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ତେଣୁ ବିନ୍ଦୁସାଗରରେ କୌଣସି ପ୍ରକାର ଶ୍ରାଦ୍ଧ କାର୍ଯ୍ୟ ଏବଂ ବ୍ରାହ୍ମଣ ଭୋଜନ ହୋଇପାରିବ ନାହିଁ। ଏନେଇ ସୋମବାର ବିଏମ୍ସି ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି।