ବିନିତା କରିଥିଲେ ଟୁଇଟର ଡିଲ୍‌…

ଓ୍ବାଶିଂଟନ୍‌, ୧୦।୫ : ଟେସ୍‌ଲା ସିଇଓ ଏଲନ୍‌ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍‌ର ଟୁଇଟର କିଣିବା ନେଇ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏବେ ଏ ସମ୍ପର୍କରେ ଏକ ନୂଆ ଖବର ସାମ୍ପନାକୁ ଆସିଛି। ଏହି ଡିଲ୍‌ରେ ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି।

ମସ୍କ ୭.୧ ବିଲିୟନ ଡଲାର ପାଣ୍ଠି ଯୋଗାଣ ପ୍ରତିଶ୍ରୁତି କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ସହାୟତା ଯୋଗାଇ ଦେବ ବୋଲି କହିଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍‌କୁ ଫଣ୍ଡିଂ ଯୋଗାଇ ଦେବାରେ ବିନିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି।

ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍‌ଥ କେୟାର କ୍ଷେତ୍ରରେ କାର୍ଯ୍ୟ କରୁ ଥିଲେ। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।

Share