ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି ଇଂ ବିନୋଦ ନାୟକଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ନେଇ କଂଗ୍ରେସ ଶିବିରରେ ଖୁସିର ଲହରି ଖେଳିଯାଇଛିର୍।

ସୂଚନାଯୋଗ୍ୟ, ପ୍ରାର୍ଥୀ ପରିବର୍ତ୍ତନ ପାଇଁ କିଛିଦିନ ତଳେ କେନ୍ଦୁଝର ଜିଲା କଂଗ୍ରେସର ସବୁ କାର୍ଯ୍ୟକର୍ତ୍ତା ଓ ଛାମୁଆ ଦଳର କର୍ମକର୍ତ୍ତା ସମୂହ ଇସ୍ତଫା ଦେଇଥିଲେ। ଏହାକୁ ନେଇ ଦଳରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନ ହୋଇ କିମ୍ବା ଜିଲା ସଂଗଠନ ସହିତ କୌଣସି ସମ୍ପର୍କ ନ ରଖି କିପରି ଜିଲା ସଂଗଠନକୁ ନ ପଚାରି ପ୍ରାର୍ଥୀ କରାଯାଇଥିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ମୋହନ ଗତ ନିର୍ବାଚନରେ କଂଗ୍ରେସର ଏମ୍‌ପି ପ୍ରାର୍ଥୀ ଥିଲେ। ସେହିପରି ବିନୋଦ ପାଟଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ।

Share