ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଭୁବନେଶ୍ୱର,୧୬ା୧୦(0୫): ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଶଯ୍ୟାଶାୟୀ ଥାଇ ଆଜି ସକାଳେ ତାଙ୍କର ଅନୁଗୋଳରେ ପରଲୋକ ହୋଇଛି।

ସେ ସୁଗମ ଏବଂ ଚଳଚ୍ଚିତ୍ର ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ। ୧୯୬୫ରେ ମୁକ୍ତିଲାଭ କରିଥିବା ‘ମଲାଜହ୍ନ’ରୁ ଚଳଚ୍ଚିତ୍ର ପାଇଁ ଗୀତ ରଚନା ଆରମ୍ଭ ଏବଂ ଏହି କ୍ରମରେ ସେ ଓ ଚଳଚ୍ଚିତ୍ରର ‘ପ୍ରଥମ ନାରୀ ଗୀତିକାର’ ଭାବେ ପ୍ରସିଦ୍ଧି ଲାଭ କରିଥିଲେ।

ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ପାଇଁ ଗୀତ ରଚନା କରିଛନ୍ତି। ୧୯୭୮ରେ ‘ତଅପୋଇ’, ୧୯୭୯ରେ ‘ଶ୍ରୀଜଗନ୍ନାଥ’, ୮୩ରେ ‘ମହାସତୀ ସାବିତ୍ରୀ’ ଓ ୨୦୦୭ରେ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରି ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ।

Share