ଭୂଭାଗରେ ପର୍ବତର ଅବସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ ା ସମସ୍ତ ଭୂଭାଗର ୨୭% ଅଞ୍ଚଳ ପର୍ବତ ବା ପାହାଡ ଦ୍ୱାରା ଆଚ୍ଛାଦିତ। ଏପରିକି ସମୁଦ୍ର ମଧ୍ୟରେ ବି ପର୍ବତ ଅଛି ଯାହାକି ଦୀପ ଭାବେ ଦୃଶ୍ୟମାନ ହୋଇଥାଏ ା
ପାର୍ବତ୍ୟାଞ୍ଚଳର ଅଧିବାସୀମାନେ ମୁଖ୍ୟତଃ ସେମାନଙ୍କର ଜୀବିକା ନିର୍ବାହ ପାଇଁ ପର୍ବତ ଉପରେ ନିର୍ଭର କରିଥାନ୍ତି। ପର୍ବତ ୭୨ ମିଲିୟନ ଜନଜାତିଙ୍କ ଜୀବିକାର ଆଧାର ହୋଇଥାଏ ା ଅପରପକ୍ଷେ ପର୍ବତାଞ୍ଚଳ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ା ମାତ୍ର ଦୁଃଖର ବିଷୟ ଯେ, ପର୍ବତାରୋହୀ ଏବଂ ପର୍ଯ୍ୟଟକଙ୍କ ଦ୍ୱାରା ପର୍ବତାଞ୍ଚଳ ମଧ୍ୟ ଅନେକାଂଶରେ ପ୍ରଦୂଷିତ ହେଉଛି ା ସହରୀକରଣ ଓ ବ୍ୟାପକ ଶିଳ୍ପାୟନ ଦ୍ୱାରା ପର୍ବତ କ୍ଷୟ ହୋଇ ଚାଲିଛି ା ସମଗ୍ର ପୃଥିବୀର ପ୍ରାୟ ଦଶଭାଗରୁ ଏକ ଭାଗ ଲୋକେ ପାର୍ବତାଞ୍ଚଳରେ ବସବାସ କରିଥାନ୍ତି ା ତେଣୁ ପାହାଡ ପର୍ବତର ସୁରକ୍ଷା ପାଇଁ ଜାତିସଂଘ ଉଦ୍ୟମରେ ୨୦୦୩ରୁ ପ୍ରତିବର୍ଷ ଡିସେମ୍ବର ୧୧ରେ ଅନ୍ତର୍ଜାତିକ ପର୍ବତ ଦିବସ ପାଳନ କରାଯାଉଛି ା
ଦୃଷ୍ଟି କୋଣରୁ ପର୍ବତର ଉପସ୍ଥିତି ବେଶ୍ ରହିଛି। ପର୍ବତ ପବନର ଗତିକୁ ନିୟନ୍ତ୍ରଣ କରିଥାଏ ତେଣୁ ଏହା ହଜାର ହଜାର ମାଇଲ ଦୂରତା ପର୍ଯ୍ୟନ୍ତ ପରିବେଶକୁ ପ୍ରଭାବିତ କରିଥାଏ। ପର୍ବତ ପୃଥିବୀପୃଷ୍ଠରେ ପରିବେଶକୁ ନିୟନ୍ତ୍ରଣ କରିଥାଏ ଏବଂ ପରିସଂସ୍ଥା ଓ ଜୈବ ବିବିଧତାର ସୁରକ୍ଷା କବଚ ଭାବେ କାମ କରିଥାଏ। ପୃଥିବୀର ମଧୁରଜଳର ପ୍ରାୟ ଅର୍ଦ୍ଧାଧିକ ପର୍ବତରୁ ହିଁ ମିଳିଥାଏ। ଦକ୍ଷିଣ ଆମେରିକାର ଅଟାକାମା ମରୁଭୂମି ଓ ଆମାଜନ ଜଙ୍ଗଲ ମଧ୍ୟରେ ଆଣ୍ଡେସ୍ ପର୍ବତମାଳା ଅବସ୍ଥିତ। ଏହା ଦେଖାଯାଏ ଯେ ଏହି ପର୍ବତମାଳା ଯୋଗୁ ଅଟାକାମାରେ ବର୍ଷା ନ ହେଉଥିବାବେଳେ ଆମାଜନ ଜଙ୍ଗଲରେ ପ୍ରବଳ ବର୍ଷା ହୋଇଥାଏ। ହିମାଳୟ ପର୍ବତମାଳା ଦ୍ୱାରା ଭାରତରେ ତଥା ଏସୀୟ ମହାଦେଶରେ ପରିବେଶ ପ୍ରଭାବିତ ହୋଇଥାଏ। ତେଣୁ ପର୍ବତର ଗୁରୁତ୍ୱକୁ ଉପଲବ୍ଧି କରିବା ଆବଶ୍ୟକ।
-ଡ. ମାନସ ରଞ୍ଜନ ସେନାପତି, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର