ଆଖୁ ଚୋପରୁ ତିଆରି ହେଉଛି ମାସ୍କ: ୩୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧୯।୭: କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟବଜ୍ଞାନୀ ଓ ଡାକ୍ତର। କରୋନା ଭଳି ଏକ ଅଦୃଶ୍ୟ ମହାମାରୀ ସହ ଲଢିବାକୁ ହେଲେ ହାତ ଧୋଇବା, ସୋସିଆଲ ଡିଷ୍ଟାନସିଂ ରଖିବା, ଫେସମାସ୍କ, ଗ୍ଲୋବ୍ସ ଆଦି ପିନ୍ଧିବାକୁ କୁହାଯାଇଛି। ହେଲେ ଏବେ ଏହାର ବହୁଳ ବ୍ୟବହାର ଫଳରେ ଦିନକୁ ଦିନ ମେଡିକାଲ ବର୍ଜ୍ୟବସ୍ତୁ ପରିମାଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ରାଜଧାନୀ ଦିଲ୍ଲୀର ଏକ କମ୍ପାନୀ ଏଫିବାର (Effibar) ଆଖୁର ଚୋପା ଓ ବର୍ଜ୍ୟବସ୍ତୁରୁ ମାସ୍କ ତିଆରି କରିଛି। ଏହାକୁ ଜଣେ ବ୍ୟକ୍ତି ୩୦ ଥର ବ୍ୟବହାର କରିପାରିବେ ବୋଲି କମ୍ପାନୀ କହିଛି। ଆଉ ବ୍ୟବହାର ପରେ ଏହାକୁ ଫିଙ୍ଗିଦେଲେ ଏହା ସହଜରେ ଡିକମ୍ପୋଜ ମଧ୍ୟ ହୋଇପାରିବ। ଏଫିବାର ଗ୍ରୁପର ଫାଉଣ୍ଡର ରାଜେଶ ଭରଦ୍ୱାଜ କହିଛନ୍ତି ବାୟୋଫେସ ମାସ୍କ ଏକ ବାୟୋଡିଗ୍ରେଡେବଲ ମାସ୍କ। ଏଥିରେ ଆଣ୍ଟି ବ୍ୟାକ୍ଟିରିଆ ପ୍ରପଟି ମଧ୍ୟ ରହିଛି। କାରଣ ଏହାକୁ ପିଏଲ୍‌ଏ କମ୍ପାଉଣ୍ଡ ଓ ଫଲିଏଟିକ୍‌ ଏସିଡ଼ରେ ପ୍ରସ୍ତୁତ କରାଯାଇଛି। ସେଥିପାଇଁ ଏହା ବାୟୋଡିଗ୍ରେଡେବଲ ଓ ଆଣ୍ଟି ବ୍ୟାକ୍ଟିରିଆଲ ଅଟେ। ଏହାକୁ ୩୦ଥର ଧୋଇ ବ୍ୟବହାର କରିବା ପରେ ଫୋପାଡି ଦେଲେ ଏହା ପରିବେଶର କୌଣସି କ୍ଷତି କରିବ ନାହିଁ। କାରଣ ଏହା ପ୍ରକୃତିରୁ ଆସିଥିଲା ଓ ପ୍ରକୃତିକୁ ଫେରିଯାଇଛି।

Share