ନାମକୁ ମାତ୍ର ବାୟୋମେଡିକାଲ ୱେଷ୍ଟେଜ୍‌ ପ୍ରକଳ୍ପ

ବାଲେଶ୍ୱର ଅଫିସ, ୨।୮-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡ଼ିକାଲ ହାଜାର୍ଡ଼ ୱେଷ୍ଟେଜ୍‌ ପ୍ରକଳ୍ପ ଦ୍ୱାରା ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ବେଳେ ରୋଗୀ ତଥା ଡାକ୍ତରଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଯାହାକି, ମାଟିରେ ମିଶିବ ନାହିଁ , ସେଥିରୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି, ତାହାକୁ ପୋଡ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହେଲେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ ହାଜାର୍ଡ଼ ୱେଷ୍ଟେଜ୍‌ର ସ୍ବତନ୍ତ୍ର ପ୍ରକଳ୍ପ କରାଯାଇ କାର୍ଯ୍ୟ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଦିଆଯାଇଛି। ଏଥିପାଇଁ ମାସିକ ଅଢ଼େଇ ଲକ୍ଷ ଏବଂ ବାର୍ଷିକ ୨୦ରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଧ୍ୟ ପ୍ରଦାନ କରାଯାଉଛି। ଉକ୍ତ ବର୍ଜ୍ୟବସ୍ତୁକୁ ବାୟୋ ହାଜାର୍ଡ଼ର ସ୍ବତନ୍ତ୍ର ଗାଡ଼ି ଦ୍ୱାରା ନିଆଯାଇ ସହରର ଅଳ୍ପ ଦୂରରେ ଥିବା କସମିଳାସ୍ଥିତ ବୁଢ଼ାବଳଙ୍ଗ ନଦୀପାର୍ଶ୍ୱରେ ଗଦା କରାଯାଉଛି। ଫଳରେ ବାୟୁ ଏବଂ ଜଳଜନିତ ରୋଗ ବ୍ୟାପିବାର ଆଶଙ୍କା ରହିଥିବା ଲୋକେ ଅଭିଯୋଗ କରିଛନ୍ତି।
ବାଲେଶ୍ୱର ଜିଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଜନବସତି ଅଞ୍ଚଳରୁ ଉକ୍ତ ରାସ୍ତା ଦେଇ ଲୋକେ ସହରକୁ ଆସିଥାନ୍ତି। ହସ୍‌ପିଟାଲରୁ ବାହାରୁଥିବା ସଂକ୍ରମିତ ପଦାର୍ଥଗୁଡ଼ିକୁ ନଦୀ ଆଡ଼ିରେ ପକାଇବା କାରଣରୁ ହଜାର ହଜାର ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ବର୍ଷାଦିନେ ପରିତ୍ୟକ୍ତ ସାମଗ୍ରୀରୁ ପାଣି ବାହାରି ପ୍ରଥମେ ବୁଢ଼ାବଳଙ୍ଗ ନଦୀ ଦେଇ ସମୁଦ୍ରରେ ମିଶୁଛି। ବାୟୁ ଓ ଜଳ ଦୂଷିତ ହେବା ସହ ସାମୁଦ୍ରିକ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ସମ୍ପ୍ରତି କରୋନା ମହାମାରୀ ସମୟରେ ଏହାକୁ ନଜର ଦିଆ ନ ଯିବା ପରିତାପର ବିଷୟ।
ଏ ସମ୍ପର୍କରେ ଆଇନଜୀବୀ ମନୋଜ ନାୟକ କୁହନ୍ତି, କରୋନା ସମୟରେ ଜିଲା ପ୍ରଶାସନ ଅନ୍ଧ ସାଜିଛି। ଏଭଳି ବର୍ଜ୍ୟବସ୍ତୁ ଯାହାକୁ ଛୁଇଁବା ମନା, ସେଗୁଡ଼ିକୁ ନଦୀ ଆଡ଼ିରେ ଖୋଲାରେ ପକାଇବା ଜାଣି ଜାଣି ଲୋକଙ୍କୁ ମରଣମୁହଁକୁ ଠେଲାଦେବା ସହିତ ସମାନ। ଜିଲାପ୍ରଶାସନ କରୋନା ସଂକ୍ରମଣକୁ ରୋକିବା ପରିବର୍ତ୍ତେ ନିଜେ ସୁରକ୍ଷିତ ରହିବା ଭଳି କାର୍ଯ୍ୟ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ କୁହନ୍ତି, ଏ ସମ୍ପର୍କରେ ସେ ଅବଗତ ନାହାନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri