ଭୁବନେଶ୍ୱର,୧୩।୪(ବ୍ୟୁରୋ): କରୋନା ସଂକ୍ରମଣ କମୁଥିବାରୁ ବିଭିନ୍ନ କ୍ଷେତ୍ରରେ କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆସନ୍ତା ୧୮ରୁ ଆରମ୍ଭ ହେବ। ଗତ ଜାନୁଆରୀ ୭ରେ କରୋନା ସ୍ଥିତିକୁ ଦେଖି ଏହାକୁ ବାତିଲ କରାଯାଇଥିଲା। ତେବେ ଆସନ୍ତା ୧୮ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ପୁନଃ ଆରମ୍ଭ ହେବ। ଏନେଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।