ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ହେବ। ଆସନ୍ତା ୧୮ ତାରିଖରୁ ଏହା ଆରମ୍ଭ ହେବ। ଗତ ଜାନୁଆରୀ ୭ ତାରିଖରେ କରୋନା ସ୍ଥିତିକୁ ଦେଖି ଏହାକୁ ବାତିଲ୍ କରିଦିଆଯାଇଥିଲା। ତେବେ ପୁଣିଥରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବାୟୋମେଟ୍ରିକ୍ ଉପସ୍ଥାନ ଆରମ୍ଭ ହେବ। ଏନେଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।