ଝିଅକୁ ଧରି ଘରକୁ ଫେରିଲେ ଦମ୍ପତି

ଅଭିନେତା କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶନିବାର
ମୁମ୍ବାଇ ଡାକ୍ତରଖାନାରେ ବିପାଶା ତାଙ୍କ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେବେଠାରୁ ଉଭୟ ମା ଓ ଶିଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଝିଅକୁ ଧରି ଘରକୁ ଫେରିଛନ୍ତି। ମୁମ୍ବାଇସ୍ଥିିତ ଘର ବାହାରେ ଦମ୍ପତି ଝିଅ ସହ ନଜର ଆସିଥିଲେ। ଝିଅର ନାଁ ଦେବୀ ରଖିଥିବା ନେଇ ସେ ପୂର୍ବରୁ ଶେୟାର କରିଥିଲେ।
କରଣ ଏବଂ ବିପାଶାଙ୍କର ଏ ହେଉଛି ପ୍ରଥମ ସନ୍ତାନ। ଦୁହେଁ ୨୦୧୫ରେ ବିବାହ କରିଥିଲେ। ତେବେ ବିବାହର ୮ ବର୍ଷ ପରେ ସେମାନେ ମା’ବାପା ହେବାକୁ ଯାଉଛନ୍ତି ବୋଲି ଅଗଷ୍ଟରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ।

 

Share