ମାଆ ହେବେ ବିପାଶା!

ମୁମ୍ବାଇ: ବଲିଉଡରେ ଏବେ ପ୍ୟାରେଣ୍ଟହୁଡକୁ ନେଇ ଖୁବ୍ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଘରକୁ କୁନି ଅତିଥି ଆସୁଥିବା ବେଳେ ଏବେ ଏଥିରେ ଯାଡି ହୋଇଯାଇଛି ବୋଲ୍ଡ ବିୟୁଟି ବିପାଶା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ନାଁ । ଅନୁମାନ କରାଯାଉଛି କି ବିଟାଉନର ଏହି ଫେବରେଟ ଯୋଡି ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । କାରଣ ବିପାଶା ବୋଧହୁଏ ଗର୍ଭବତୀ ଅଛନ୍ତି । ପିଙ୍କଭିଲାର ରିପୋର୍ଟ ଅନୁଯାୟୀ, କିଛି ମାସ ପୂର୍ବରୁ ବିପାଶା ଓ କରଣ ମାତାପିତା ହେବାକୁ ପ୍ରସ୍ତୁତ ଥିଲେ ।
କିଛିଦିନ ହେବ ଏହି ଖବର ଶୁଣିବାକୁ ମିଳୁଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର ସତ୍ୟତା ଜଣାପଡି ନାହିଁ । ତେବେ ବିପାଶା ଓ କରଣଙ୍କ ଜଣେ ନିକଟତରଙ୍କ ବିଶେଷ ସୂଚନା ଅନୁଯାୟୀ, ଏହି କପୁଲ ଖୁବଶୀଘ୍ର ତାଙ୍କ ପ୍ରଥମ ସନ୍ତାନକୁ ନେଇ ଆନାଉନ୍ସମେଣ୍ଟ କରିପାରନ୍ତି । ଏହାସହ ବିପାଶା ଓ କରଣ ମାତାପିତା ହେବେ ବୋଲି ଖୁବ୍ ଖୁସି ଓ ଉତ୍ସାହିତ ଅଛନ୍ତି ବୋଲି ଶୁଣିବାକୁ ମିଳିଛି ।
ସୂଚନାଯୋଗ୍ୟ, ବଲିଉଡର ଆଗଧାଡିର ନାୟିକା ବିପାଶା ଓ କରଣ ସିଂ ଗ୍ରୋଭର ୨୦୧୫ରେ ହରର ଫିଲ୍ମ ‘ଆଲୋନ’ରେ ଏକାଠି କାମ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଫଳରେ କିଛି ସ୍ଥାନରେ ଏହି ଯୋଡିଙ୍କୁ ସ୍ପଟ ବି କରାଗଲା । ମାତ୍ର ଗୋଟିଏ ବର୍ଷ ପରସ୍ପରକୁ ଡେଟ କରିବା ପରେ ୨୦୧୬ ଏପ୍ରିଲରେ କରଣ ସିଂ ଗ୍ରୋଭର ଓ ବିପାଶା ବସୁ ବିବାହ କରିନେଲେ । ଏବେ ବିବାହର ପ୍ରାୟ ୬ ବର୍ଷ ପରେ ଏହି କପୁଲ ମାତାପିତା ହେବାକୁ ଯାଉଥିବାରୁ ଖୁବ୍ ଖୁସି ଥିବା କୁହାଯାଉଛି । ହେଲେ ଏ ନେଇ ଏମାନେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।

Share