ପ୍ରଥମ ଥର ଝିଅର ମୁହଁ ଦେଖାଇଲେ ବିପାଶା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତାରକା ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବରରେ ଝିଅ ଦେବୀଙ୍କ ସ୍ବାଗତ କରିଥିଲେ। ସେବେଠାରୁ ଏହି ଦମ୍ପତି ପ୍ରାୟତ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ସେମାନଙ୍କର ଲିଟିଲ ମିସ୍‌ଙ୍କ ଝଲକ ଦେଖାଇଆସୁଥିଲେ। ତେବେ ପ୍ରଶଂସକମାନେ ଝିଅର ଚେହେରାକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ ଏହି ଦମ୍ପତି ସେମାନଙ୍କର ଝିଅ ଦେବୀଙ୍କ ଚେହେରା ଦେଖାଇଛନ୍ତି। ସୋସିଆଲ ମିଡିଆରେ ଝିଅର ଏକ ଫଟୋ ଶେୟାର କରି ଲେଖିଛନ୍ତି, ହ୍ୟାଲୋ ଓ୍ବାଲର୍‌ଡ ,ମୈ ଦେବୀ ହୁଁ।

Share