ଝିଅ ସହ ପ୍ରଥମଥର ବିମାନ ଯାତ୍ରା କରିବାକୁ ନେଇ ଖୁସି ଅଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ସବୁଠାରୁ ପସନ୍ଦିତା କପଲ୍ସ ମଧ୍ୟରୁ ଗୋଟିଏ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଏବେ ଖୁବ ଖୁସିଥିବା ନଜର ଆସିଛି। ଏବେ ସୋସିଆଲ ମିଡିଆରେ ଏମାନଙ୍କର ଭଲ ଫ୍ୟାନ ଫଲୋଇଂସ ଥିବା ବେଳେ ଏମାନେ ନିଜ ପସନ୍ଦର କଳାକାରଙ୍କ ବିଷୟରେ ଅପଡେଟ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଫିଲହାଲ କପଲ୍ସ ତାଙ୍କ ପ୍ୟାରେଣ୍ଟ ହୁଡକୁ ଖୁବ ଏନଜୟ କରୁଛନ୍ତି। ଏବେ ସେମାନେ ଝିଅ ସହ ପ୍ରଥମକରି ଫ୍ଲାଇଟରେ ଯାତ୍ରା କରିବାକୁ ଯାଉଛନ୍ତି। ନିକଟରେ ବିପାଶା ଓ କରଣଙ୍କୁ ଝିଅ ଦେବୀଙ୍କ ସହ ଏୟାରପୋର୍ଟରେ ସ୍ପଟ କରାଯାଇଛି। ଏମାନେ ଝିଅର ପ୍ରଥମ ଜର୍ନିଂକୁ ନେଇ ଖୁବ ଉତ୍ସାହିତ ଥିବା ଦେଖାଯାଇଥିଲା। ପାପରାଜିଙ୍କୁ ହସି ହସି ଏହି କପୁଲ ପୋଜ ବି ଦେଇଥିଲେ।

Share