ଟ୍ରୋଲରଙ୍କୁ ଜବାବ ଦେଲେ ବିପାଶା, ବେବି ବମ୍ପକୁ ନେଇ ହୋଇଥିଲେ ଟୋ୍ରଲ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବଂ ସ୍ବାମୀ କରଣ ସିଂ ଗ୍ରୋଭର ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଦୁହେଁ ଏବେ ବେଶ୍‌ ଖୁସି ଅଛନ୍ତି। କିଛି ଦିନର ଡେଟିଂ ପରେ ଏହି ଦମ୍ପତି ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ବିବାହର ୬ ବର୍ଷ ପରେ ବିପାଶା ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ଦମ୍ପତି ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ନିକଟରେ ବିପାଶା ବେବି ବମ୍ପ ଦେଖାଇ ଫଟୋଶୁଟ୍‌ କରିଥିଲେ। ଯାହାକୁ ନେଇ ସେ ଟୋ୍ରଲର ସ୍ବୀକାର ହୋଇଥିଲେ।
ନିକଟରେ ଏକ ସାକ୍ଷାତକାରରେ ବିପାସାଙ୍କୁ ଟ୍ରୋଲ ବିଷୟରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଛନ୍ତି ଯେ, ନକରାତ୍ମକତା ଅପେକ୍ଷା ସକରାତ୍ମକତା ଉପରେ ଧ୍ୟାନ ଦେବାକୁ ମୁଁ ପସନ୍ଦ କରେ। ସମସ୍ତେ ତ ମତ ଦେବାକୁ ହକଦାର ଏବଂ ସମସ୍ତ ମତକୁ ସମ୍ମାନ ଦିଆଯାଏ। କିନ୍ତୁ
ମୁଁ ମୋ ଜୀବନକୁ ଆଗେଇ ନେଇଛି। ୧% ନକରାତ୍ମକତା ଅପେକ୍ଷା ୯୯% ଭଲ ଉପରେ ଧ୍ୟାନ ଦିଏ। ଏହା ଜୀବନରେ ଆଗକୁ ବଢାଇବାର ରାସ୍ତା। ଆଉ ମୁଁ ଜଣେ ସକରାତ୍ମକ ବ୍ୟକ୍ତି।

Share