ଝିଅ ପାଇଁ ୯୨ ଲକ୍ଷ ଟଙ୍କାର ଗାଡି କିଣିଲେ ବିପାଶା-କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ସବୁବେଳେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ କାର କଲେକସନରେ ଏକ ନ୍ୟୁ ଅଡି କ୍ୟୁ ୭କୁ ସାମିଲ କରିଛନ୍ତି। ଏହାର ଏକ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ବିପାଶା ଓ କରନ ନୂଆ ଗାଡି କିଣି ଖୁବ ଖୁସିଥିବା ଦେଖାଯାଇଛି।

ବିପାଶା ବସୁ ତାଙ୍କ ନୂଆ କାରର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଯେଉଁଥିରେ ସେ ସ୍ବାମୀ କରଣ ସିଂ ଗ୍ରୋଭରଙ୍କ ସହ ଅଡି କ୍ୟୁ୭ର ଡେଲିଭରି ନେଉଥିବାର ନଜର ଆସିଛନ୍ତି। କାର ନେବା ପୂର୍ବରୁ ଏହି ଦମ୍ପତି କେକ କାଟି ଖୁସି ମନାଇଛନ୍ତି।
ଭିଡିଓକୁ ଶେୟାର କରି ବିପାଶା ଲେଖିଛନ୍ତି ଯେ – ‘ଦେବୀଙ୍କ ନୂଆ ସବାରୀ … ଦୁର୍ଗା ଦୁର୍ଗା … ବିପାଶାଙ୍କ ଏହି ଭିଡିଓରେ ତାଙ୍କ ପ୍ରଶଂସକମାନେ କମେଣ୍ଟ କରି ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ନଜର ଆସିଛି। ସୂଚନାଯୋଗ୍ୟ, ବିପାଶାଙ୍କର ଏହି ବିଳାସପୂର୍ଣ୍ଣ କାରର ମୂଲ୍ୟ ପ୍ରାୟ ୯୨ଲକ୍ଷ ଟଙ୍କା।

Share