ଝିଅ ସହ ସମୟ କାଟୁଛନ୍ତି ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଝିଅ ଦେବୀସହ ଏବେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି । ଏହାର କିଛି କିଛି ଝଲକ ସେ ସବୁବେଳେ ସୋସିଆଲ ମିଡିଆରେ ଶେୟାର ବି କରୁଛନ୍ତି । ଏବେ ନିକଟରେ ଅଭିନେତ୍ରୀ ନହ୍ନିପରି ଦେବୀ ସହ ଏକ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ହେଲେ ଏହି ଫଟୋରେ ପ୍ରଶଂସକଙ୍କୁ ଦେବୀଙ୍କ ମୁହଁ ଦେଖିବାକୁ ମିଳିବ ନାହିଁ ।
ଏହି ଫଟୋ ବିପାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିରେ ଝିଅ ଦେବୀ ଏକ ସ୍କାଏ ବ୍ଲୁ କଲର ଫ୍ରକ ପିନ୍ଧିଥିବା ଦେଖାଯାଇଛି । ଦେବୀର ମୁଣ୍ଡ କ୍ୟାମେରା ଆଡକୁ ରହିଛି । ବିପାଶା ଏକ ହ୍ୱାଇଟ କଲର ଗାଉନ ପିନ୍ଧିଥିବା ଦେଖାଯାଇଛି ଓ ସେ ଝିଅର ଗୋଡକୁ ଧରି ତା’ସହ ଖେଳୁଥିବା ଦେଖାଯାଇଛି । ଏହି କ୍ୟୁଟ ଫଟୋକୁ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଶେୟାର କରି କ୍ୟାପଶନରେ ବିପାଶା ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ଭଲ ରୋଲ..ଦେବୀର ମାଆ ହେବା ।’
ସୂଚନାଯୋଗ୍ୟ, ବିବାହର ପ୍ରାୟ ୬ ବର୍ଷ ପରେ ବିପାଶା ମାଆ ହୋଇଛନ୍ତି । ୨୦୧୬ରେ ସେ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିବା ବେଳେ ୧୨ ନଭେମ୍ବର ୨୦୨୨ରେ ସେ ମାଆ ହୋଇଛନ୍ତି ।

Share