ପୁଅ ନୁହେଁ ଝିଅ ଚାହୁଁଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ହଟ୍ ନାୟିକା ବିପାଶା ବସୁ ଏବେ ତାଙ୍କ ପ୍ରେଗ୍ନେନ୍ସି ଟାଇମକୁ ଏନଜୟ କରୁଛନ୍ତି । ୪୩ ବର୍ଷୀୟା ନାୟିକା ବିପାଶା ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ବିପାଶା ଓ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ଏହି ଗୁଡ୍ ନ୍ୟୁଜ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ବିପାଶା ତାଙ୍କର ଏହି ନୂଆ ଫେଜକୁ ନେଇ ବହୁତ ଅଧିକ ଖୁସି ଅଛନ୍ତି । ଆଉ ପତି କରନ ବି କିଛି ଅଭାବ ରଖୁ ନାହାନ୍ତି ।
ନୂଆ ଅତିଥି ଘରକୁ ଆସିଲେ କ’ଣ କରିବା କଥା କ’ଣ ନ କରିବା କଥା ସେ ନେଇ ବିପାଶ ଏବେଠାରୁ ଲିଷ୍ଟ ପ୍ରସ୍ତୁତ କରି ସାରିଲେଣି । ତେବେ ଏହି ଦମ୍ପତ୍ତି ପୁଅ ନୁହେଁ ବରଂ ଝିଅଟିଏ ତାଙ୍କ କୋଳକୁ ଆସୁ ବୋଲି ଚାହୁଁଛନ୍ତି । ନିକଟରେ ବିପାଶା ଏକ ସାକ୍ଷାତକାରରେ କହିଥିଲେ ସନ୍ତାନ ଏବେ ଜନ୍ମ ହୋଇନାହିଁ ସତ ହେଲେ ଆମେ ଦୁହେଁ ତାକୁ ଝିଅ ବୋଲି ସମ୍ବୋଧନ କରୁଛୁ ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବିପାଶା କହିଛନ୍ତି, ମୁଁ ଓ କରନ ଆରମ୍ଭରୁ କ୍ଲିୟର ଥିଲୁ କି ଆମକୁ ଗୋଟିଏ ସନ୍ତାନ ଦରକାର । ତେବେ ଆମେ ଏତେ ସମୟ କାହିଁକି ନେଇଛୁ ବୋଲି ପ୍ରଶ୍ନ ଉଠେ । କିନ୍ତୁ ଏହା ମୋ ପାଇଁ ସଠିକ ସମୟ ବୋଲି କହିଛନ୍ତି ବିପାଶା । ମୁଁ ଅଭିବ୍ୟକ୍ତିରେ ଭରସା କରିଥାଏ । ଯେବେ ଆମେ ସନ୍ତାନ କଥା ଚିନ୍ତା କରିଥିଲୁ ସେବେଠୁ ଭାବିନେଇଥିଲୁ ଆମକୁ ଝିଅ ଦରକାର । ହେଲେ ସନ୍ତାନ ପାଇବା ଭଗବାନଙ୍କର ସବୁଠାରୁ ସୁନ୍ଦର ଉପହାର । ଝିଅ ହେଉ ବା ପୁଅ ଆମକୁ ସ୍ୱୀକର କରିବାକୁ ପଡିବ । ହେଲେ ଆମ ବେବି ହେବା ପୂର୍ବରୁ ଆମେ ତାକୁ ‘ସି’ ଅର୍ଥାତ୍ ଝିଅ ବୋଲି ସମ୍ବୋଧନ କରୁଛୁ । ବିଶ୍ୱାସ ରଖିଛୁ ଝିଅ ହିଁ ହେବ । ଏହା ଆମେ ସେବେଠାରୁ ବିଶ୍ୱାସ କରିଛୁ ଯେବେଠାରୁ ଆମେ ବେବି ପ୍ଲାନିଂ କରିଛୁ ।
ନିଜର ଡେଲି ରୁଟିନ ସମ୍ପର୍କରେ କଥା ହୋଇ ବିପାଶା କହିଛନ୍ତି ଏବେ ତାଙ୍କ ରୁଟିନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ପେଗ୍ନେସି ସମୟରେ ଅନେକ ମହିଳା ସବୁ କାମ କରିଥାଆନ୍ତି । ହେଲେ ମୋତେ କିଛି କାମ କରିବାକୁ ବାରଣ କରାଯାଇଛି । ମୁଁ ସବୁବେଳେ ମଲ୍ଟିଟାସ୍କିଂ ମାନେ ଏକାଥରେ ଅନେକ କାମ କରିପାରେ । ହେଲେ ଏବେ ଯାହା ମୋ ବେବି ପାଇଁ ଭଲ ତାହା ମୁଁ କରୁଛି ବୋଲି ବିପାଶା କହିଛନ୍ତି ।

Share