ଏକଦା ଭିଡ଼ର ସୁଯୋଗ ନେଇ ବିପାଶାଙ୍କ ସ୍କର୍ଟ ଟାଣିବାକୁ ଚେଷ୍ଟା କରିଥିଲେ ପ୍ରଶଂସକ; ଆଜି ବି…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରଶଂସକ ଅଧିକ। ଏଥିଲାଗି ସର୍ବସାଧାରଣସ୍ଥଳକୁ ଗଲେ ଭିଡ଼ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥା ଲୋଡା ପଡ଼ିଥାଏ। ହେଲେ ଅନେକ ସମୟରେ ଭିଡ଼ରେ ଅଭିନେତ୍ରୀଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରାଯାଇଥାଏ। ସୋନମ କପୁର, କରିନା କପୁରଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ଭଳି ଅଭିନେତ୍ରୀଙ୍କ ସହ ଏଭଳି ଘଟିସାରିଛି। କିଛି ଘଟଣା ସହଜରେ ଭୁଲି ହେଉଥିଲେ ହେଁ କିଛି ଅଭୁଲା ହୋଇ ରହିଛି।

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ବିପାଶା ମଧ୍ୟ ଏଭଳି ଘଟଣାର ସମ୍ମୁଖୀନ ହୋଇଛନ୍ତି। ଚଳଚ୍ଚିତ୍ର ‘ରାଜ ୩’ର ପ୍ରମୋଶନ ସରେ ବିପାଶା ଅହମ୍ମଦାବାଦ ଯାଇଥିଲେ। ସେଠାରେ ଭିଡରେ ଥିବା କେହି ବିପାଶା ପିନ୍ଧିଥିବା ସ୍କର୍ଟ ଟାଣିବାକୁ ଚେଷ୍ଟା କରିଥିଲେ। ଏହା ପୂର୍ବରୁ କୋଲକାତାରେ ଦୁର୍ଗା ପୂଜା ସମୟରେ ଅଭିନେତ୍ରୀଙ୍କୁ ଅସଦାଚରଣ କରାଯାଇଥିଲା। ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ତେବେ ବିପାଶାଙ୍କ ବଲିଉଡ୍‌ରେ ୨୦ ବର୍ଷ ପୁରିଛି। ସେ ୨୦୦୧ରେ ଫିଲ୍ମ ‘ଅଜନବୀ’ରୁ ଡେବ୍ୟୁ କରିଥିଲେ। ଏଥିରେ ଅଭିନେତ୍ରୀଙ୍କ ଖଳନାୟିକା ଭୂମିକା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଫିଲ୍ମଲାଗି ତାଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ସମ୍ମାନ ମିଳିଥିଲା। ସେ ରାଜ୍‌, ଗୁନାହ୍‌, ଜିସ୍ମ, ଜମିନ, ଏତବାର, ରକ୍ତ, ବରସାତ, ଅପହରଣ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଶେଷଥର ପାଇଁ ୨୦୧୫ର ଫିଲ୍ମ ‘ଆଲୋନ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା।

Share