ଝିଅର ଏମିତି ନାଁ ଦେଲେ ବିପାଶା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଠାରୁ ଏବେ ଖାଲି ଖୁସି ଖବର ମିଳିବାରେ ଲାଗିଛି। କିଛିଦିନ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକ କନ୍ୟାସନ୍ତାନର ମାତାପିତା ହୋଇଥିବା ବେଳେ ଶନିବାର ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କନ୍ୟାସନ୍ତାନର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ଉଭୟେ ଏହି ଖୁସି ଖବର ଦେଇଥିଲେ। ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଆକର୍ଷଣୀୟ ଛୋଟ ଶିଶୁ ପାଦର ଝଲକ ପାଇଲୁ। ସେ ତାଙ୍କ ଝିଅର ନାମ ରଖିଛନ୍ତି, ଦେବୀ ବସୁ ସିଂ ଗ୍ରୋଭର। ଏହି ନାଁ ନିଶ୍ଚିତ ଭାବରେ ଉଭୟଙ୍କ ପାଇଁ ସ୍ବତନ୍ତ୍ର। ଏହି ପୋଷ୍ଟରେ ଲେଖା ଅଛି, ମା’ଙ୍କ ପ୍ରେମ ଏବଂ ଆଶୀର୍ବାଦର ଶାରୀରିକ ପ୍ରଦର୍ଶନ ବର୍ତ୍ତମାନ ଏଠାରେ ଅଛି ଏବଂ ସେ ଐଶ୍ୱରୀୟ ଅଟନ୍ତି।

ଏହି ଖୁସି ଖବର ପାଇବା ପରେ ବଲିଉଡ୍‌ର ସେଲିବ୍ରିଟିମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଅଭିନେତ୍ରୀ ଦୀୟା ମିର୍ଜା ନବଜାତକକୁ ସ୍ବାଗତ କରି ଲେଖିଥିଲେ, ତୁମକୁ ବହୁତ ବହୁତ ଭଲପାଇବା। ତୁମକୁ ଭେଟିବାକୁ ଅପେକ୍ଷା କରିପାରିବି ନାହିଁ। ଆମର ସମସ୍ତ ଆଶୀର୍ବାଦ ତୁମ ଉପରେ। ସେହିପରି ତନିଷା ମୁଖାର୍ଜୀ, ଋତୁପୂର୍ଣ୍ଣା ସେନ୍‌ଗୁପ୍ତା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Share