ଦୁଃଖ ବଖାଣିଲେ ବିପାଶା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି। ବିବାହର ୬ ବର୍ଷ ପରେ ବିପାଶା ଏବଂ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭର ଗତ ବର୍ଷ ଝିଅ ଦେବୀଙ୍କୁ ସ୍ବାଗତ କରିଥିଲେ। ଦେବୀ ଜନ୍ମ ବେଳେ ହାର୍ଟରେ ୨ ଛିଦ୍ର ଥିବା ଖୁଲାସା କରିଛନ୍ତି ବିପାଶା।
ନିକଟରେ ନେହା ଧୁପିଆଙ୍କ ସହ ଲାଇଭ ଚାଟ ସମୟରେ ବିପାଶା ତାଙ୍କ ଝିଅ ଦେବୀଙ୍କ ହୃଦୟରେ ଦୁଇଟି ଛିଦ୍ର ଅଛି। ସେ ଜନ୍ମରୁ ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ଭିଏସ୍‌ଡି)ରେ ପୀଡିତ ଥିଲେ। ତିନି ମାସ ପରେ ଦେବୀଙ୍କ ଅସ୍ତ୍ରୋପଚାର ହୋଇଛି।
ନିଜ ଦୁଃଖ ପ୍ରକାଶ କରି ବିପାଶା କହିଛନ୍ତି, ଆମର ଯାତ୍ରା ସାଧାରଣ ମାତାପିତାଙ୍କ ଠାରୁ ବହୁତ ଭିନ୍ନ ଅଟେ। ମୁଁ ଚାହେଁ ନାହିଁ ଯେ, ଏହା କୌଣସି ମା’ଙ୍କ ସହିତ ଘଟୁ। ଝିଅ ଜନ୍ମର ତୃତୀୟ ଦିନରେ ତା’ ହୃଦୟରେ ଦୁଇଟି ଛିଦ୍ର ଅଛି। ମୁଁ ଭାବିଲି ମୁଁ ଏହାକୁ ଶେୟାର କରିବି ନାହିଁ, କିନ୍ତୁ ମୁଁ ଏହା କହୁଛି, କାରଣ ମୁଁ ଭାବୁଛି ଅନେକ ମା’ ଅଛନ୍ତି ଯେଉଁମାନେ ମୋତେ ଏହି ଯାତ୍ରାରେ ସାହାଯ୍ୟ କରିଛନ୍ତି। ସେ ଏବଂ କରଣ ଏ ବିଷୟରେ ଜାଣିବା ମାତ୍ରେ ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆମେ ଆମ ପରିବାରକୁ ଏହା କହି ନାହୁଁ। ପ୍ରଥମ ପାଞ୍ଚ ମାସ ଆମ ପାଇଁ ବହୁତ କଠିନ ଥିଲା, କିନ୍ତୁ ଦେବୀ ପ୍ରଥମ ଦିନରୁ ହିଁ ଉଜ୍ଜ୍ୱଳ ଥିଲେ। ପରେ ତାଙ୍କ ଅସ୍ତ୍ରୋପଚାର ୬ ଘଣ୍ଟା ଧରି ଚାଲିଥିଲା। ଅସ୍ତ୍ରୋପଚାର ସଫଳ ପ୍ରମାଣିତ ହୋଇଥିଲା।

 

Share