Categories: ଜାତୀୟ

ବିପ୍ଳବଙ୍କ କଂଗ୍ରେସକୁ କଟାକ୍ଷ, କହିଲେ ରାହୁଲଙ୍କ ପାପ ଯୋଗୁ ହରିୟାଣାରେ ଆସିଛି ବନ୍ୟା

ଚଣ୍ଡିଗଡ଼,୨୩।୭: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରଦେଶ ପ୍ରଭାରୀ ବିପ୍ଳବ କୁମାର ଦେବ ପନ୍ନା ପ୍ରମୁଖ ସମ୍ମିଳନୀରେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ପାପୀ ବୋଲି କହିଛନ୍ତି। ସେ କହିଛନ୍ତି କି ରାହୁଲ ଗାନ୍ଧୀ ହରିୟାଣାରେ ଧାନ ଲଗାଇଦେଇ ଯାଇଥିଲେ, ତାଙ୍କ ପାପ ଯୋଗୁ ବନ୍ୟା ଆସିଲା ଓ ଚାଷି ସର୍ବସ୍ବାନ୍ତ ହୋଇଗଲେ। ତେବେ ସେ ରାହୁଲଙ୍କୁ ଟାର୍ଗେଟ କରି ଖୁବ ବର୍ଷିଛନ୍ତି।

ବିପ୍ଲବ ଦେବ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରାହୁଲ ଗାନ୍ଧୀ ଆଉ ହରିୟାଣାକୁ ଆସିବା ଉଚିତ ନୁହେଁ। ନିର୍ବାଚନ ସମୟରେ କଂଗ୍ରେସ ମଧୁର ପ୍ରତିଶୃତି ଦେଇଥାଏ। ୧୦ ବର୍ଷରେ ହୁଡା କେବଳ ହରିୟାଣାକୁ ଲୁଟ କରିବାର କାମ କରିଛନ୍ତ। ୧୫୨ଡି ରାଜପଥରେ ଚାଲନ୍ତୁ ଏବଂ ହୁଡା ଜୀ ଦେଖନ୍ତୁ, ରାମ ମନ୍ଦିରରେ ଆପଣଙ୍କ ପୁଅର ମୁଣ୍ଡ ନୁଆଁଇବେ, ଆପଣଙ୍କର ପାପ ଧୋଇଯିବ। ଏହା ବ୍ୟତୀତ ମଣିପୁର ହିଂସା ଉପରେ ବିପ୍ଲବ ଦେବ କହିଛନ୍ତି ଯେ ୪ ଜଣଙ୍କୁ ଗିରଫ କରାଯାଇଛି, ସରକାର ଦୋଷୀମାନଙ୍କୁ ରକ୍ଷା କରିବେ ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କ ବୟାନ ଦେଇଛନ୍ତି, ଆମେ ମହିଳାଙ୍କୁ ସମ୍ମାନ କରୁଥିବା ଲୋକ।

Share