ପଦ୍ମପୁର,୩୦ା୭(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବଜିତ୍ ମିଶ୍ର ଚଳିତ ମାଟ୍ରିକ ପରୀକ୍ଷାରେ ୫୭୧ ମାର୍କ ରଖି ଜିଲାରେ ଟପ୍ପର ହୋଇଛନ୍ତି। ତାଙ୍କର ବାପା ବିବେକାନନ୍ଦ ନନ୍ଦ ମିଶ୍ର ଶିକ୍ଷକତା କରୁଥିବା ବେଳେ ମା’ ସୁଷମା ମଞ୍ଜରୀ ଗୃହିଣୀ। ଭବିଷ୍ୟତରେ ଅଧିକ ପଢ଼ି ଜଣେ ଡାକ୍ତର ହେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତାରେ ବାସୁଦେବପୁର ବ୍ଲକରେ ଖୁସିର ଲହରି ଖେଳିଯାଇଛି। ଗୁରୁବାର ବିପ୍ଲବଜିତ୍ଙ୍କୁ ବ୍ଲକ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟରେ ସମ୍ମାନିତ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସୂଚନା ଦେଇଛନ୍ତି।