୯ କୁଆଁରିଙ୍କୁ ଖାଦ୍ୟ ଖୁଆଇ ନବରାତ୍ର ବ୍ରତ ଭାଙ୍ଗିଲେ ବିଧାୟକ

କୁଆଁରମୁଣ୍ଡା,୨୩।୧୦(ମହେନ୍ଦ୍ର କୁମାର ସାହୁ): ଶାରଦୀୟ ନବରାତ୍ରର ନବମ ଦିବସରେ
ଶ୍ରଦ୍ଧାଳୁ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି। ତେବେ ଏହି ବ୍ରତ ପାଳନ କରି ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଅନ୍ନ ଗ୍ରହଣ ନ କରି କେବଳ ପାଣି ପିଇ ରହୁଥିଲେ । ସୋମବାର ନବରାତ୍ର ଅବସରରେ ନିଜ ଘରେ ସମସ୍ତ ରୀତିନୀତି ପୂର୍ବକ ୯ ଜଣ କୁଆଁରିଙ୍କୁ ନିଜ ହାତରେ ଅନ୍ନପ୍ରସାଦ ଦାନ କରିଥିଲେ। ପରେ ବ୍ରତ ସମ୍ପୂର୍ଣ୍ଣ କରି ନିଜେ ଅନ୍ନପ୍ରସାଦ ଗ୍ରହଣ କରିଛନ୍ତି। ଏ ନେଇ ବିଧାୟକ ଓରାମଙ୍କୁ ପଚରା ଯିବାରୁ ସେ କହିଲେ ଯେ, ନବରାତ୍ର ବ୍ରତର ନିୟମ ହେଉଛି ମା’ ଦୁର୍ଗାଙ୍କ ୯ଟି ବିଭିନ୍ନ ଅବତାରର ସ୍ବରୂପ ହେଉଛନ୍ତି ୯ ଜଣ କୁଆଁରୀ। ମନୁଷ୍ୟ କିଭଳି ଗର୍ବ, ଦର୍ପ ,ଅହଙ୍କାର ଭଳି ଖରାପ ଗୁଣ ଠାରୁ ନିଜକୁ ଊଦ୍ଧର୍‌ବରେ ରଖିବ ସେଥିପାଇଁ ଏହି ବ୍ରତ ଅତ୍ୟନ୍ତ କାଷ୍ଠା, ନିଷ୍ଠା ଓ ପରାକାଷ୍ଠା ସହ ପାଳନ କରାଯାଏ ବୋଲି ବିଧାୟକ ଓରାମ କହିଥିଲେ।

Share