ଏକାମ୍ର ନିର୍ବାଚନମଣ୍ଡଳରୁ ସ୍ୱାଧୀନ ଲଢିବେ ବିରଞ୍ଚି ମହସୂପକାର

ଭୁବନେଶ୍ୱର,୩।୪:ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ଘୋଷଣା ପରେ ମୁଣ୍ଡ ଟେକିଚି ବିଦ୍ରୋହ। ଦଳର ଅନ୍ୟତମ ଆଶାୟୀ ଓ୍ବାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର (ଲିଟୁ) ସ୍ୱାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି। ଗତ କିଛିଦିନରୁ ଏକାମ୍ର ଆସନରୁ କିଏ ଟିକେଟ୍ ପାଇବା ସେ ନେଇ ଆଲୋଚନା ଜୋର ଧରିଥିଲା।

ତେବେ ଏଠାରୁ ୩ଥର ବିଜୟ ହାସଲ କରିଥିବା ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ଦଳ ପୁଣିଥରେ ଟିକେଟ୍ ଦେବା ପରେ ବିଜେଡିରେ ବିଦ୍ରୋହ ଘୋଷଣା କରିଛନ୍ତି ବିରଞ୍ଚି। ଅଶୋକଙ୍କୁ ଟକ୍କର ଦେବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି। ଟିକେଟ ଘୋଷଣା ହେବା ପୂର୍ବରୁ ସେ ପ୍ରଚାର ଆରମ୍ଭ କରିଦେଇଥିଲେ। ପଦଯାତ୍ରା ସହ ଲୋକଙ୍କ ସମର୍ଥନ ସାଉଣ୍ଟିବା ପାଇଁ ବିରଞ୍ଚତ୍ ନିଜ ସମର୍ଥକଙ୍କ ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି।

ଏହି କ୍ରମରେ ମଙ୍ଗଳବାର ସମର୍ଥକଙ୍କ ଗହଣରେ ବିରଞ୍ଚତ୍ ଗଣ୍ଡମୁଣ୍ଡା ବସ୍ତି ଓ ମହାକାଳେଶ୍ୱର ବସ୍ତିର ପ୍ରତି ଘରକୁ ଘର ବୁଲିଥିଲେ। ଲୋକଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ଦୁଃଖସୁଖ ପଚାରି ବୁଝିଥିଲେ। ଏନେଇ ବିରଞ୍ଚି କହିଛନ୍ତି, ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ ପାଇଁ ଚେଷ୍ଟା କରିବି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବା, ଅଧୁରା ରହିଥିବା କାମକୁ ପୂରା କରିବା ହିଁ ମୋର ଲକ୍ଷ୍ୟ ରହିଛି। ଅପରପକ୍ଷେ ସୋମବାର ବିରଞ୍ଚତ୍ ନିଜ ସମର୍ଥକଙ୍କ ସହ ସାମନ୍ତରାପୁର ଛକଠାରୁ ତିନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।

Share