Categories: ଜାତୀୟ

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବିରପ୍ପା ମୋଇଲି

ବେଙ୍ଗାଲୁରୁ,୧୦।୪: ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି। କର୍ନାଟକର ଚିକ୍କୱଲାପୁର ଲୋକ ସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି।

ଚିକ୍କୱଲାପୁର ଆସନ ନିମନ୍ତେ ଟିକେଟ ରେସରେ ଥିଲେ ଭେଟରାନ ନେତା ବିରପ୍ପା ମୋଇଲି । ମାତ୍ର କଂଗ୍ରେସ ଦଳ ତାଙ୍କୁ ନିରାଶ କରି ରକ୍ଷା ରମେୟାଙ୍କୁ ଟିକେଟ ଦେଇଥିଲା । ଏଥିପାଇଁ ସେ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି । ମାତ୍ର ଜଣେ ସାଧାରଣ କଂଗ୍ରେସ କର୍ମୀ ହିସାବରେ ରମେୟାଙ୍କ ନିମନ୍ତେ ପ୍ରଚାର କରିବେ ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଥାଉ କି, ବିରପ୍ପା ୧୯୯୨ ମସିହା ନଭେମ୍ବରରୁ ୧୯୯୪ ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ନାଟକା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ଏହାବାଦ UPA ସରକାରରେ ସେ ପେଟ୍ରୋଲିୟମ ମନ୍ତ୍ରୀ ପଦରେ ମଧ୍ୟ ଥିଲେ।

Share