କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଶୁକ୍ରବାର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ଏହି ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ୫ଟି ରେଞ୍ଜ୍ରେ ପକ୍ଷୀଗଣନା ଚାଲିଛି। ୧୭ଟି ଟିମ୍ ଏହି ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଏହି ପକ୍ଷୀଗଣନା ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତିଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁରମୁହାଣ, ଲକ୍ଷ୍ମୀପ୍ରସାଦଡିଆଁ, କାଳିଭଞ୍ଜଡିଆଁ, ମଗରକନ୍ଦା, ଚିଞ୍ଚତ୍ରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ୍, ଏକମାଣିଆ, ରାଜଗଡ଼ ପ୍ରଭୃତି ଜାଗାରେ କରାଯିବ। ପ୍ରତି ଟିମ୍କୁ ଓ୍ବାକିଟକି, ବାଇନାକୁଲାର, ଜିପିଏସ୍, ଭିଏଚ୍ଏଫ୍ ଆଦି ଯନ୍ତ୍ର ଯୋଗାଇ ଦିଆଯାଇଛି। ଏହାଛଡ଼ା ବନ ବିଭାଗ ପକ୍ଷରୁ ନଦୀରେ ଗଣନା ସମୟରେ ବୋଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।