କେନ୍ଦ୍ରାପଡା ଅଫିସ,୧୧।୧: ଭିତରକନିକାରେ ପକ୍ଷୀ ଗଣନା ବୁଧବାର ଠାରୁ ଆରମ୍ଭ ହେବ । ଏଥିପାଇଁ ୧୬ଟି ଟିମ୍ ନିୟୋଜିତ ହେବେ। ପ୍ରତିଟି ଟିମ୍ରେ ୪ ରୁ ୫ ଜଣ ସଦସ୍ୟ ନିୟୋଜିତ ହେବା ସହିତ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଓ ଜଗତସିଂହପୁରର ସମସ୍ତ ଆଇଲ୍ୟାଣ୍ଡ, ମ୍ୟାଙ୍ଗଗ୍ରୁପ ଓ ଜଙ୍ଗଲରେ ଗଣନା କରାଯିବ। ତେବେ ବନ କର୍ମଚାରୀଙ୍କ ନେତୃତ୍ୱରେ ଏହି ଗଣନା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଜଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।