ହୀରାକୁଦରେ ପକ୍ଷୀଗଣନା ଶେଷ

ସମ୍ବଲପୁର,୮ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ । ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିଥିବା ଆଶା କରାଯାଉଛି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ଜିଲାରୁ ମଧ୍ୟ ପକ୍ଷୀ ଗଣନା ପାଇଁ ଟିମ୍‌ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ। ୩୫ଟି ଡଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହ ୬୦ ଜଣ ବିଶେଷଜ୍ଞ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ୩୦ଟି ଟିମ୍‌ ଗଠନ କରାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଟିମ୍‌ ଗଣନା ସାରି କୂଳକୁ ଫେରି ଆସିଥିବା ଜଣାପଡିଛି । ପକ୍ଷୀଗଣନା ପାଇଁ ୩ ଦିନ ପୂର୍ବରୁ ଜଳଭଣ୍ଡାରରେ ମାଛ ମାରିବା ଉପରେ ରୋକ୍‌ ଲଗାଯାଇଥିଲା ।

ପ୍ରତିବର୍ଷ ଭଳି ଚଳିତବର୍ଷ ଜଳଭଣ୍ଡାରକୁ ଡକ୍‌ ପ୍ରଜାତିର ରେଡ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ, ବ୍ରାମିନି ଡକ, ନରଦେନ ପିନଷ୍ଟେଳ, ୟୁରୋ ଏସିଆନ, ଏସିଆନ ୱିଗନ,ଏସିଆନ ଓପନବିଲ,ଗ୍ରେ ହୀରୋନ,ପରପଳ ହୀରୋଜେନ,କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ, ଇଣ୍ଡିଆନ ସେଗ, ଲିଟିଲ କରମୋରେଣ୍ଟ, ଗ୍ରେଟ କରମୋରେଣ୍ଟ, ଲିଟିଲ ଗ୍ରେଟ,ଗ୍ରେଟ କ୍ରେଷ୍ଟଟେଡ ଗ୍ରେଟ , କମନ କଟ,ପରପଲ ସ୍ବାନ, ରେଡ ୱେଟଲେଟ ଲେଫ ୱିନ,ରିଭର ଲେଫୱିନ, ଫ୍ଳୋଭର, ସେଣ୍ଟ ଫ୍ଳୋଭର, ସ୍ନିପ,ଷ୍ଟିୟୁଟ,ଗୁଲସ ,କିଙ୍ଗଫ୍ରେସର, ରିଭର ଟ୍ରଣ୍ଟ, ବ୍ଲେକ ବେଲିଆଟ ଟ୍ରଫ୍ଟ ପ୍ରଭୃତି ଆସିଥିବା ଜଣାପଡିଛି ।

Share