ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ସୋମବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ୭ ଦିନ ଧରି ଚାଲିବ। ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କ ତତ୍ତ୍ୱାବଧାନରେ ଜାତୀୟଉଦ୍ୟାନ ଏବଂ ଏହାର ପାଶ୍ୱର୍ର୍ବର୍ତ୍ତୀ ସ୍ଥାନରେ ଗଣନା କାର୍ଯ୍ୟ କରାଯାଉଛି। ଏଥିପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୮ଜଣ ଲେଖାଏ ଗଣନାକାରୀ ସାମିଲ ହୋଇଛନ୍ତି। ଚଳିତବର୍ଷ ଜୁନ୍‌ ପ୍ରଥମ ସପ୍ତାହରୁ ମୌସୁମୀର ଆଗମନରେ ଦେଶୀୟ ପକ୍ଷୀମାନେ ଜାତୀୟଉଦ୍ୟାନରେ ଭିଡ଼ ଜମାଇଛନ୍ତି। ଏହି ପକ୍ଷୀମାନଙ୍କ ମଧ୍ୟରେ ୮ ପ୍ରକାରର କିଙ୍ଗ୍‌ଫିଶର, ୧୦ ପ୍ରକାର ବଗ, ଦାବେଣ୍ଟିଆ, ହଳଦୀବସନ୍ତ, ଶୁଆ, ଶାରୀ, ଶଙ୍ଖଚିଲ, ଇଗଲ ପ୍ରଭୃତି ପକ୍ଷୀଙ୍କର ଗଣନା କରାଯିବ।

Share