ଜାନୁୟାରୀ ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ । ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ୍‌ ନିୟୋଜିତ ହେବେ । ଟାଙ୍ଗୀ ଜୋନ୍‌ରେ ୮ଟି ଟିମ୍‌, ବାଲୁଗାଁରେ ୫, ସାତପଡାରେ ୩, ରମ୍ଭା ଓ କୃଷ୍ଣପ୍ରସାଦ ଜେନ୍‌ରେ ଅବଶିଷ୍ଟ ଟିମ୍‌ ନିୟୋଜିତ ରହିବେ ।

ଏହି ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ନିୟୋଜିତ ରହିବେ। ଗଣନା କାର୍ଯ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ ଓ ବାଇନୋକୁଲାର ବ୍ୟବହାର କରାଯିବ ।

Share