Categories: ଜାତୀୟ

ଏୟାର ଲାଇନ୍‌ ମେନ୍ୟୁରୁ ବାଦ୍‌ ପଡ଼ିଲା ଚିକେନ, ଅଣ୍ଡା ଡିଶ୍‌

ନୂଆଦିଲ୍ଲୀ,୧୫।୧: ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଭୟଙ୍କର ସ୍ଥିତି ମୁହାଁ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଓ ଭିଷ୍ଟାରା ଭଳି ଏୟାର ଲାଇନ୍‌ ସେମାନଙ୍କ କିଛି ଫ୍ଲାଇଟ୍‌ରେ ଚିକେନ ଓ ଅଣ୍ଡା ଡିଶ୍‌ ପରିବେଷଣ କରିବାକୁ ବନ୍ଦ କରିଦେଇଛନ୍ତି।

ଦିଲ୍ଲୀରୁ ଉଡାଣ ଆରମ୍ଭ କରୁଥିବା ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଫ୍ଲାଇଟ୍‌ର ଅନବୋର୍ଡ ମେନ୍ୟୁରୁ ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ହେଉଥିବା ସମସ୍ତ ଡିଶ୍‌କୁ ହଟାଇ ଦିଆଯିବ। ପରିବର୍ତ୍ତିତ ମେନ୍ୟୁ ଶନିବାରଠାରୁ ଜାରି କରିବାକୁ ନିଷ୍ପତ୍ତି ନେଇଛି ଏୟାର ଲାଇନ। ଏହି ଡିଶ୍‌ ବଦଳରେ ପ୍ରାରମ୍ଭିକ ଭାବେ ଆମେ ନିରାମିଷ ଖାଦ୍ୟ ପରିବେଷଣ କରିବୁ। ମାଛ ଭଳି ଅନ୍ୟ ଆମିଷ ଖାଦ୍ୟ ପରିବେଷଣ ଜାରି ରହିବ ବୋଲି ଜଣେ ଭିଷ୍ଟାରା ଅଫିସିଆଲ କହିଛନ୍ତି।

ସେହିଭଳି ଇଣ୍ଡିଗୋର ଜଣେ ପ୍ରବକ୍ତା କହିଛନ୍ତି, ଦିଲ୍ଲୀରୁ ଉଡାଣ ଆରମ୍ଭ କରୁଥିବା ଫ୍ଲାଇଟରେ ସମସ୍ତ ପ୍ରକାର ଆମିଷ ଖାଦ୍ୟ ବନ୍ଦ କରିଦିଆଯାଇଛି। ଦିଲ୍ଲୀ ସରକାରଙ୍କଠାରୁ ଅନୁମତି ମିଳିବା ପରେ ହିଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯିବ।

ଉଲ୍ଲେଖଥାଉ କି, ଦିଲ୍ଲୀ ସରକାର ଗୁରୁବାର ସମସ୍ତ ପ୍ରକାର ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଥିବା ଚିକେନର ରିପୋର୍ଟ ନେଗେଟିଭ ଆସିବା ପରେ ଘାଜିପୁର ସ୍ଥିତ ହୋଲସେଲ ମାର୍କେଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

Share