Categories: ଜାତୀୟ

ବିମାନରେ ପିଟିହେଲା ପକ୍ଷୀ, ଆଉ ତା’ ପରେ…

ଅହମ୍ମଦାବାଦ୍‌,୪ା୮: ଅହମ୍ମଦାବାଦ୍‌ରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଗୋ-ଫାଷ୍ଟ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ଏହି ବିମାନରେ ଏକ ପକ୍ଷୀ ବାଡ଼େଇ ହୋଇଯିବାରୁ ବିମାନଟିକୁ ଅହମ୍ମଦାବାଦ ଫେରିବାକୁ ପଡ଼ିଛି। ଡିଜିସିଏ ଅନୁଯାୟୀ, ଗୋ-ଫାଷ୍ଟ ବିମାନ ଜି-୮୯୧୧ ଗୁରୁବାର ଅହମ୍ମଦାବାଦରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରୁଥିବାବେଳେ ଏକ ପକ୍ଷୀ ପିଟି ହୋଇଯାଇଥିଲା। ଫଳରେ ବିମାନକୁ ଡାଇଭର୍ଟ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ, ଏୟାରଲାଇନ୍ସର କେତେକ ବିମାନରେ ଅନେକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି ତ୍ରୁଟି ଯୋଗୁ କିଛି ବିମାନକୁ ଜରୁରିକାଳୀନ ଅବତରଣ କରିବାକୁ ବି ପଡ଼ିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ଘଟଣାଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବିମାନ କମ୍ପାନୀଗୁଡିକୁ ନୋଟିସ୍‌ ପଠାଇଛି।

Share