ମଣିଷ ନିଜର କଠିନ ପରିଶ୍ରମ ସହିତ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ। କିନ୍ତୁ ମଣିଷଠାରୁ ପକ୍ଷୀମାନେ ମଧ୍ୟ ସୁନ୍ଦର କାମ କରିଥାନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡୁଛି।
@ fasc1nate ନାମକ ଟୁଇଟର ପେଜ୍ରେ ଏହି ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ଗୋଟିଏ/ଦୁଇଟି ପକ୍ଷୀ ଦେଖାଯାଉଛନ୍ତି। ଯେଉଁମାନେ କି ନିଜ ବସା ନିଜେ ତିଆରି କରୁଛନ୍ତି।
Ovenbird building a clay nest timelapse pic.twitter.com/MVt1wTw1qD
— Daniel Cleland (@pulsedaniel) June 27, 2017
ଭିଡିଓରେ ଦେଖାଯାଇଥିବା ପକ୍ଷୀର ନାମ ହେଉଛି ଓଭେନବାର୍ଡ। ଏହି ପକ୍ଷୀର ବିଚିତ୍ର ନାମ ଏହାର ଅନନ୍ୟ ବସା ହେତୁ ହୋଇଥାଏ । ଏହି ପକ୍ଷୀ ଚୁଲି ପରି ଆକୃତିର ବସା ତିଆରି କରେ। ଭିଡିଓରେ ଆପଣ ଦେଖିପାରିବେ ପକ୍ଷୀ କିପରି ନଡ଼ା ମିଶାଇ ବସାକୁ ଚୁଲିର ଆକାର ଦେଉଛି। ଧୀରେ ଧୀରେ ବସା ବଡ଼ ହୋଇଯାଉଛି ଏବଂ ଉପରୁ ଗୋଲାକାର ହେଇଯାଉଛି। ଏହା ସହିତ ଯେତେବେଳେ ଏହା ସମ୍ପୂର୍ଣ୍ଣ ହୋଇଯାଏ, ଏହା ଏକ ଚୁଲ ପରି ଦେଖାଯାଉଛି।
ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ପକ୍ଷୀର ବୈଜ୍ଞାନିକ ନାମ ହେଉଛି ଫର୍ନାରିୟସ ରୁଫସ, ଯାହା ଦକ୍ଷିଣ ଆମେରିକାର ତୃଣଭୂମିରେ ବହୁତ ଦେଖିବାକୁ ମିଳେ। ଆଉ ଜଣେ ୟୁଜର କହିଛନ୍ତି, ପକ୍ଷୀଟି ବହୁତ ସୃଜନଶୀଳ ଦେଖାଯାଉଛି। ସେହିପରି ଅନ୍ୟ ଜଣେ କହିଛନ୍ତି, ପକ୍ଷୀଟି ଥ୍ରି D ପ୍ରିଣ୍ଟର୍ ସହିତ ନିଜ ବସା ତିଆରି କରୁଛି। ସେହିପରି ଅନ୍ୟ ୟୁଜରମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।