ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ପିଲାଦିନ, ସ୍କୁଲ ବହିରେ ପଢ଼ା ହେଉଥିବା ‘ଚତୁର କାଉ’ କଥା ମନେ ପକାଇ ଦେଉଛି। ଭିଡିଓରେ ଏକ ପକ୍ଷୀକୁ ଶୋଷ ଲାଗୁଥିବା ବେଳେ ସେ ପାଣି ବୋତଲ ପାଖରେ ପହଞ୍ଚୁଛି। ପରେ ବୋତଲରେ ଗୋଡି ପକାଇ ପାଣି ପିଉଛି।
ଏହି ଭିଡିଓକୁ ସାଇନ୍ସ ଗର୍ଲ ନାମକ ଟୁଇଟର ଆକାଉଣ୍ଟ ଶେୟାର କରିଥିବା ବେଳେ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
The Eurasian magpie is one of the most intelligent birds, and some believe it to be one of the most intelligent of all non-human animals.
Here it is displacing water with pebbles… like the crow and the pitcher in Aesop’s Fables 1/2pic.twitter.com/D66Uq4j0iR
— Science girl (@gunsnrosesgirl3) November 15, 2020