ପକ୍ଷୀ ଦିଅନ୍ତି ଶୁଭଅଶୁଭର ସଙ୍କେତ, ଜାଣନ୍ତୁ ସେ ସମ୍ପର୍କରେ…

ବିଶ୍ୱାସ ରହିଛି ପକ୍ଷୀମାନଙ୍କର କାର୍ଯ୍ୟକଳାପ ଆମକୁ ଶୁଭଅଶୁଭର ସଙ୍କେତ ଦେଇଥାଏ। ତେବେ କେଉଁ ପକ୍ଷୀ କିଭଳି ସଙ୍କେତ ଦେଇଥାନ୍ତି ଆସନ୍ତୁ ଜାଣିନେବା ସେ ସମ୍ପର୍କରେ:

* କାଉଟିଏ ପାତ୍ରରୁ ପାଣି ପିଉଥିବାର ଅବା ଖାଦ୍ୟ ଧରି ଉଡ଼ିଯାଉଥିବାର ଦୃଶ୍ୟ ଶୁଭ ସୂଚନା ଦେଇଥାଏ। ସେଥିପାଇଁ ପ୍ରତ୍ୟେକେ ନିଜ ନିଜ ଘର ସମ୍ମୁଖରେ ପକ୍ଷୀଙ୍କ ପିଇବା ପାଇଁ ପାଣିପାତ୍ର ରଖିବା ଭଲ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

* ଯଦି କୌଣସି ସ୍ଥାନରେ ଏକାଧିକ କାଉ ବସି କର୍କଶ ରାବ ଦେଉଥିବାର ଦେଖନ୍ତି ତା’ହେଲେ ସେ ସ୍ଥାନ ଛାଡ଼ି ଶୀଘ୍ର ପଳାଇଯିବା ଆବଶ୍ୟକ। କାରଣ ଏହା କୌଣସି ବିପଦ ବା ଅଶୁଭ ଘଟଣାର ସଙ୍କେତ ଦେଇଥାଏ।

* ଚଢେଇମାନେ ମୁଖ୍ୟତଃ ଡରୁଆ ସ୍ବଭାବର ହୋଇଥାନ୍ତି। କିନ୍ତୁ ଯଦି କାହାରି ଘରକୁ ବହୁ ସଂଖ୍ୟାରେ ଚଢେଇ ବିନା ଡରରେ ଯା’ଆସ କରୁଥାନ୍ତି, ଖାଦ୍ୟ ଖାଉଥାନ୍ତି, ତା’ହେଲେ ସେ ଘରେ ସକାରାତ୍ମକ ଊର୍ଜ୍ଜାର ପ୍ରଭାବ ଖୁବ୍‌ ରହିଛି ବୋଲି ବୁଝିନେବାକୁ ହେବ।

* ଘରର ଛାତ ଉପରେ ପେଚା ବସିବା ବା ପେଚା ବୋବାଇବାର ଶବ୍ଦ ଶୁଣିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଆଗକୁ କିଛି ବିପଦ ଆସୁଛି ବୋଲି ସୂଚନା ମିଳିଥାଏ। କିନ୍ତୁ ଧଳା ରଙ୍ଗର ପେଚା ଦେଖିବା ଶୁଭ ସଙ୍କେତ ଦେଇଥାଏ।

* କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଯାଉଥିବାବେଳେ ବାଟରେ ଯଦି ମୟୂର ଦେଖିବାକୁ ମିଳେ କିମ୍ବା ତା’ର ସ୍ବର ଶୁଣିବାକୁ ମିଳେ ତା’ହେଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।