Categories: ଜାତୀୟ

ରାମ ମନ୍ଦିର ପ୍ରତିଷ୍ଠା ପାଇଁ କରିଥିଲେ ଭୀଷ୍ମ ପ୍ରତିଜ୍ଞା, ୩୧ବର୍ଷ ହେଲା ପେଟକୁ ଯାଇନି ଅନ୍ନ

ଅଯୋଧ୍ୟା,୧୯।୧: ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏବେ ଗଗନେ ପବନେ କେବଳ ରାମନାମର ହିଁ ଗୁଞ୍ଜରଣ ହେଉଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଥମ ଥର ରାମଲଲାଙ୍କ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଛି। କେବଳ ଦେଶବାସୀ ନୁହେଁ ମନ୍ଦିର ପାଇଁ କାହିଁ କେବେ ଠୁ ସଂଘର୍ଷ କରିଥିବା ଏବଂ ପ୍ରାଣବଳି ଦେଇଥିବା ପରିବାରଙ୍କ ପାଇଁ ଏହା ଏକ ଖୁସିର ମୂହୁର୍ତ୍ତ। ଏହି ସଂଘର୍ଷରେ ସାମିଲ ବିରେନ୍ଦ୍ର କୁମାରଙ୍କ ନାଁ ଚର୍ଚ୍ଚାକୁ ଆସିଛି। ବିରେନ୍ଦ୍ରଙ୍କ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯୋଗଦାନ ବହୁ ଗୁରୁତ୍ୱପୂର୍ଣ୍ଣ। ଆଜକୁ ୩୧ବର୍ଷ ହେଲା ସେ ଅନ୍ନ ବି ଛୁଇଁ ନାହାନ୍ତି।

ବିରେନ୍ଦ୍ର କୁମାର ବିହାରର ଦରଭଙ୍ଗା ନିବାସୀ। ସେ ତିନି ଦଶକରୁ ଅଧିକ ଦିନ ଦରି ରାମ ମନ୍ଦିର ପ୍ରତିଷ୍ଠା ନେଇ ଅପେକ୍ଷା କରି ଅନ୍ନ ଛୁଇଁ ନାହାନ୍ତି। ବିରେନ୍ଦ୍ର ଆଜିଯାଏଁ କେବଳ ଫଳାହାର କରି ବଞ୍ଚିଛନ୍ତି। ତେଣୁ ସେ ସବୁଠି ଫଳାହାରୀ ବାବା ନାମରେ ପରିଚିତ।

ସୂଚନାଥାଉ କି, ବାବା ଦାବି କରିଛନ୍ତି, ୧୯୯୨ ଡିସେମ୍ବର ୬ରେ ବିଶ୍ୱ ହିନ୍ଦୁ ପରିଷଦର ଆହ୍ବାନରେ କିଛି କରସେବକଙ୍କ ସହ ମିଶି ସେ ଅଯୋଧ୍ୟା ଯାଇଥିଲେ। ବାବ୍ରି ମସଜିଦର ଗମ୍ବୁଜ ଉପରେ ଚଢିଥିବା ସେ ପ୍ରଥମ ବ୍ୟକ୍ତି ବୋଲି ଦାବି କରିଛନ୍ତି। ଗମ୍ବୁଜ ଉପରେ ପହଞ୍ଚି ଏକ ଲୁହାର ପାଇପ ଦ୍ୱାରା ଗମ୍ବୁଜକୁ ଭାଙ୍ଗିିଥିଲେ।
ଏହି ଘଟଣା ପରେ ଫଳାହାରୀ ବାବା ରାମ ମନ୍ଦିର ନ ହେବା ଯାଏଁ ଅନ୍ନ ଗ୍ରହଣ ନ କରିବା ପାଇଁ ସଂକଳ୍ପ ନେଇଥିଲେ। ତେବେ ଜାନୁଆରୀ ୨୨ ପ୍ରାଣ ପ୍ରତିଷ୍ଠା ଦିନ ଗଙ୍ଗାରେ ସ୍ନାନ କରି ଅନ୍ନ ସହ ଲୁଣ ଗୋଳେଇ ଖାଇବେ ବୋଲି ବାବା କହିଛନ୍ତି।

Share