ବଜାରରେ ବିର୍ଲା ଓପସ୍‌ ପେଣ୍ଟସ୍‌

ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବିର୍ଲା ଓପସ୍‌ର ନୂତନ ଉତ୍ପାଦ ‘ବିର୍ଲା ଓପସ୍‌ ପେଣ୍ଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବିର୍ଲା ଓପସ୍‌ ସମସ୍ତ ବର୍ଗରେ ଏକ ବିବିଧ ପୋର୍ଟଫୋଲିଓ ଏବଂ ଇଣ୍ଟେରିୟର, ଏକ୍ସେଟେରିୟର, ୱାଟରପ୍ରୁଫିଙ୍ଗ୍‌, ଏନାମେଲ ପେଣ୍ଟ, ଉଡ୍‌ ଫିନିଶ ଓ ୱାଲ୍‌ପେପର ଭଳି ବର୍ଗଗୁଡ଼ିକରେ ଉତ୍କୃଷ୍ଟମାନର ଉପତ୍ାଦଗୁଡିକର ଏକ ସମ୍ପୂର୍ଣ୍ଣ ରେଞ୍ଜ ପ୍ରଦାନ କରୁଛି। ବିର୍ଲାର ବିରାସତ ଓ ବିଶ୍ୱାସ ସହିତ ଓପସ୍‌ର ସୃଜନଶୀଳତାର ମିଶ୍ରଣ ସହ ବିର୍ଲା ଓପସ୍‌ ପେଣ୍ଟସ୍‌ ଶିଳ୍ପକୁ ପୁନଃ ପରିଭାଷିତ କରିବା ଓ ଉଦ୍ଭାବନକୁ ତ୍ୱରାନ୍ବିତ କରିବା ପାଇଁ ଲକ୍ଷ୍ୟ ରଖିଛି।

ଅପରପକ୍ଷରେ ବିର୍ଲା ଓପସ୍‌ ପେଣ୍ଟସ୍‌ ସହ ଆଦିତ୍ୟ ବିର୍ଲା ଗ୍ରୁପ୍‌ ପ୍ରାୟ ୧୦,୦୦୦କୋଟି ଟଙ୍କାର ନିବେଶ ସହ ପେଣ୍ଟ ଶିଳ୍ପରେ ଏକ ଅପ୍ରତ୍ୟାଶିତ ସ୍ତର ସହିତ ଦ୍ରୁତବେଗରେ ସମ୍ପ୍ରସାରିତ ହେଉଥିବା ଭାରତୀୟ ଡେକୋରେଟିଭ ପେଣ୍ଟ ମାର୍କେଟ୍‌ରେ ପ୍ରବେଶ କରିଛି। ଚଳିତ ମାସରୁ ଆରମ୍ଭ ହେଉଥିବା ବିର୍ଲା ଓପସ୍‌ ପେଣ୍ଟସ ପ୍ରଡକ୍ଟ ରେଞ୍ଜ ବର୍ତ୍ତମାନ ଦେଶବ୍ୟାପୀ ତା’ର ମଜଭୁତ ଡିଲର ନେଟ୍‌ୱର୍କ ମାଧ୍ୟମରେ ଉପଲବ୍ଧ ହେଉଛି। ଏପରିକି ଗ୍ରାହକମାନେ ଭୁବନେଶର ନିକଟସ୍ଥ ଡିଲରରେ ବିର୍ଲା ଓପସ୍‌ ପ୍ରଡକ୍ଟଗୁଡିକର ସମଗ୍ର ରେଞ୍ଜକୁ ପାଇପାରିବେ।

ଏ ସମ୍ପର୍କରେ ବିର୍ଲା ଓପସ୍‌ର ସିଇଓ ରକ୍ଷିତ୍‌ ହର୍‌ଗାଭେ କହିଛନ୍ତି, ବିର୍ଲା ଓପସ୍‌ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଭବିଷ୍ୟତ ପାଇଁ ଏକ ରଣନୈତିକ ଲମ୍ଫକୁ ପ୍ରତିପାଦିତ କରୁଛି, ଯେଉଁଠାରେ ଏହା ପେଣ୍ଟସ ଶିଳ୍ପରେ ଏକ ନୂତନ ଯୁଗରେ ପ୍ରବେଶ କରିବା ପାଇଁ ପ୍ରୟାସ କରୁଛି। ସେହିଭଳି ବ୍ରାଣ୍ଡ୍‌ର ବ୍ୟାପକ ପହଞ୍ଚକୁ ଆଗକୁ ବଢ଼ାଇବା ପାଇଁ ସହରଗୁଡିକରେ ବିତରଣକୁ ଦ୍ରୁତବେଗରେ ପରିଚାଳନା କରାଯିବା ସହ ଆମର ନେଟ୍‌ୱର୍କ ସୁଦୃଢ କରାଯାଉଛି। ଏପରିକି ଆମର ଡିଲର ମିଟ୍‌ ଏବଂ ଏକ୍ସପୋଗୁଡିକରେ ପେଣ୍ଟର, କଣ୍ଟ୍ରାକ୍ଟର, ଆର୍କିଟେକ୍ଟ, ଇଣ୍ଟେରିୟର ଡିଜାଇନରମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଉତ୍ସାହଜନକ ରହିଛି। ସେହିପରି ଆମର ବିସ୍ତୃତ କଣ୍ଟ୍ରାକ୍ଟର ଆଧାର ସହ ଆମେ ଗ୍ରହଣ କରିଥିବା ବିଶାଳ ସାମ୍ପ୍‌ଲିଂ କାର୍ଯ୍ୟ ଚମତ୍କାର ଥିଲା ଏବଂ ସେମାନେ ଦ୍ରୁତବେଗରେ ଏହାକୁ ଗ୍ରହଣ କରୁଛନ୍ତି ଏବଂ ବିର୍ଲା ଓପସ୍‌ ପେଣ୍ଟଗୁଡିକ ସହ ନିଜର ଗ୍ରାହକଙ୍କୁ ଖୁସି କରିବା ପାଇଁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ଆର୍ଥିକ ବର୍ଷରେ ୧୦,୦୦୦ ନୂଆ କର୍ମଚାରୀ ନିଯୁକ୍ତ କରିବ ଭାରତୀୟ ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ,୬ା୧୦: ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସାଧାରଣ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ବୈଷୟିକ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri