Categories: ଜାତୀୟ

ବାଚସ୍ପତି ବିର୍ଲାଙ୍କ ଝିଅଙ୍କୁ ୟୁପିଏସ୍‌ସିରେ ସଫଳତା

ନୂଆଦିଲ୍ଲୀ, ୬ା୧: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲା ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ଦ୍ୱାରା ଆୟୋଜିତ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଉଦ୍ୟମରେ ହିଁ ତାଙ୍କୁ ଏହି ସଫଳତା ମିଳିଛି। ଅଞ୍ଜଳୀଙ୍କ ମା’ ଜଣେ ଡାକ୍ତର ଏବଂ ବଡ଼ ଭଉଣୀ ଜଣେ ସିଏ। ପରିବାରର ସମସ୍ତ ସଦସ୍ୟ ଦେଶ ସେବା କାମ କରୁଥିବାରୁ ସେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ବୋଲି ଅଞ୍ଜଳି କହିଛନ୍ତି। ମହିଳା ସଶକ୍ତୀକରଣ ପାଇଁ କାମ କରିବାକୁ ଇଚ୍ଛା ଥିବା ସେ ପ୍ରକାଶ କରିଛନ୍ତି।

Share