Advertisement

ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୧୬ା୮(ଡି.ଏନ୍‌.ଏ.): ଶନିବାରଠାରୁ ହେଉଥିବା ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ନାଳ, ଯୋର ଏବଂ ଜଳାଶୟରେ ପାଣି ଭର୍ତ୍ତି ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ବ୍ଲକର ହରିହର ଯୋର, ଘୁଙ୍ଗିନାଳ, ବାଇଗଣି ଯୋର ଆଦିରେ ବନ୍ୟାଜଳ ପ୍ରବାହିତ ହେଉଛି। ମୁର୍ଷୁଣ୍ଡି ପଞ୍ଚାୟତ ଭୂତିଆପାଲି ନିକଟସ୍ଥ ଘୁଙ୍ଗିନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁର-ଅମରପାଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହାସହିତ ଖଣ୍ଡହତା-ସୁବଳୟା ରାସ୍ତାର ଟିକ୍ରାପଡ଼ା ନିକଟସ୍ଥ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share