Categories: ଜାତୀୟ

ଆସନ୍ତା ମାସରୁ ବଦଳିବ ନିୟମ, ଆଧାରରୁ ଡିଏଲ ପର୍ଯ୍ୟନ୍ତ କେବଳ ଜନ୍ମ ପ୍ରମାଣ ପତ୍ରରେ ହୋଇଯିବ ଅନେକ କାମ

ନୂଆଦିଲ୍ଲୀ,୧୪।୯: ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧, ୨୦୨୩ ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଏନଆଇର ଖବର ଅନୁଯାୟୀ, ବର୍ତ୍ତମାନ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବୃଦ୍ଧି ପାଇବ। ବିଦ୍ୟାଳୟ, କଲେଜରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଭୋଟର ତାଲିକାରେ ନାମ ଯୋଡିବା, ଆଧାର ପଞ୍ଜୀକରଣ, ବିବାହ ପଞ୍ଜୀକରଣ କିମ୍ବା ସରକାରୀ ଚାକିରି ଆବେଦନ ଭଳି ଅନେକ ଉଦ୍ଦେଶ୍ୟରେ ଆପଣ ଏହି ଏକକ ଡକ୍ୟୁମେଣ୍ଟ ବ୍ୟବହାର କରିବାରେ ସକ୍ଷମ ହେବେ।
ସୂଚନାଯୋଗ୍ୟ, ଜନ୍ମ ଏବଂ ମତ୍ୟୁ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଅଧିନିୟମ ଲାଗୁ ହେବା ପରେ ଆଧାରଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକୀୟ ଦଲିଲ ତିଆରି କରିବାରେ ଜନ୍ମ ପ୍ରମାଣପତ୍ରର ଭୂମିକା ବଢିବାକୁ ଯାଉଛି। ଜଣେ ବ୍ୟକ୍ତି କେବଳ ଜନ୍ମ ପ୍ରମାଣପତ୍ର ମାଧ୍ୟମରେ କୌଣସି ଅସୁବିଧାରେ ବିନା ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ ଆଧାରରୁ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇପାରିବେ। ଏହି ବିଲ ୧ ଅଗଷ୍ଟରେ ଲୋକ ସଭାରେ ଏବଂ ୭ ଅଗଷ୍ଟ ୨୦୨୩ରେ ରାଜ୍ୟସଭାରେ ପାସ ହୋଇଥିଲା। ଏହାପରେ ବର୍ତ୍ତମାନ କେନ୍ଦ୍ର ସରକାର ଏହା ଉପରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଏବଂ ଅକ୍ଟୋବର ୧ରୁ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି।

Share