ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ ବୋଲି କୁହାଯାଇଛି। ଏହା ପୃଥିବୀଠାରୁ ପ୍ରାୟ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ ରହିଛି। ଏହାକୁ ଏଏଫ୍ ଜିଏଲ୍-୫୧୮୦ ନର୍ସରୀ ଭାବେ ଚିହ୍ନଟ କରାଯାଇଛି। ହୁବଲର ସ୍ବତନ୍ତ୍ର ଓ୍ବାଇଡ୍ ଫିଲ୍ଡ କ୍ୟାମେରା-୩ ଦ୍ୱାରା ଏସମ୍ପର୍କିତ ଚିତ୍ର ଉତ୍ତୋଳନ କରାଯାଇଛି। ତାରା ଏହି ଏନ୍ତୁଡ଼ିଶାଳରେ ଗ୍ୟାସ୍ରୁ ଜନ୍ମ ହେବା ପରେ ସମ୍ପୂର୍ଣ୍ଣ ବିକଶିତ ହେବା ପାଇଁ ବିଭିନ୍ନ ପ୍ରକ୍ରିୟା ମଧ୍ୟ ଦେଇ ଗତି କରିଥାନ୍ତି। ଏଥିପାଇଁ କୋଟି କୋଟି ବର୍ଷ ସମୟ ଲାଗିଥାଏ। ତାରାର ବିକାଶ ସମୟରେ ବିଭିନ୍ନ ପ୍ରକାରର ଇନଫ୍ରାରେଡ୍ ଏବଂ ଭିଜିବୁଲ୍ ଆଲୋକ ସୃଷ୍ଟି ହୋଇଥାଏ। ଏହାକୁ ହୁବଲ ଟେଲିସ୍କୋପ୍ର ଓ୍ବାଇଡ୍ ଫିଲ୍ଡ କ୍ୟାମେରା-୩ ଉତ୍ତୋଳନ କରିବାକୁ ସକ୍ଷମ ହୋଇଛି।